ବଜରଙ୍ଗୀ ଭାଇଜାନ ଫିଲ୍ମରେ ଅଭିନୟ କରିଥିବା ମୁନ୍ନିଙ୍କ ନିଉ ଲୁକ୍‌ : ଏବେ ଦିଶୁଛନ୍ତି ଏପରି‌

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଶିଶୁ କଳାକାର ମୁନି ଭୂମିକାରେ ଅଭିନୟ କରୁଥିବା ହର୍ଷଲି ମଲହୋତ୍ରାଙ୍କୁ ନିଶ୍ଚେ ମନେ ରଖିଥିବେ। ଫିଲ୍ମରେ ମୁନି ସମସ୍ତଙ୍କ ହୃଦୟ ଜିତିଥିଲେ । ଫିଲ୍ମ ରିଲିଜ ହେବା ପରେ ସଲମାନ ଖାନଙ୍କ ବିଷୟରେ ଯେତିକି ଆଲୋଚନା ହୋଇଥିଲା, ତାଠୁ ବେଶି ଏହି ସୁନ୍ଦର ଛୋଟ ଝିଅ ମୁନି ବିଷୟରେ ଚର୍ଚ୍ଚା ହୋଇଥିଲା। ଲୋକେ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରୁଥିଲେ।

ତେବେ ଫିଲ୍ମ ରିଲିଜ ହେବା ପରଠାରୁ ହର୍ଷଲିଙ୍କ ଲୁକରେ ଅନେକ ପରିବର୍ତ୍ତନ ଆସିଛି । ଏ କଥା ଆମେ ନୁହେଁ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ତାଙ୍କ ଫଟୋ କହୁଛି।

ନିକଟରେ ହର୍ଷଲି ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସୁଇମିଂ ପୁଲ ଉପରେ ଠିଆ ହୋଇ ପୋଜ ଦେଉଛନ୍ତି। ତାଙ୍କର ପ୍ରଶଂସକମାନେ କମେଣ୍ଟ ବକ୍ସରେ ତାଙ୍କର ନୂଆ ଲୁକ୍‌କୁ ପ୍ରଶଂସା କରିଛନ୍ତି।
ହର୍ଷଲିଙ୍କ ଲୁକ ଏଠାରେ ମୁନିଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

Share