Categories: ଖେଳ

ବିଶ୍ୱ ଚାମ୍ପିୟନଶିପ୍‌: ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ଫାଇନାଲ ଖେଳିବେ ଶ୍ରୀଶଙ୍କର

ନୂଆଦିଲ୍ଲୀ,୧୬।୭: ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଆଥଲେଟ୍‌ ମୁରଲୀ ଶ୍ରୀଶଙ୍କର। ଆଥଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁରଲୀଙ୍କ ବ୍ୟତୀତ ଚାମ୍ପିୟନଶିପର ମେଡାଲ ଦୌଡ଼ରେ ଭାରତର ଅନ୍ୟତମ ଆଥଲେଟ ଅବିନାଶ ସାବଲେ ମଧ୍ୟ ରହିଛନ୍ତି। ମୁରଲୀ ଲଙ୍ଗ ଜମ୍ପ ଇଭେଣ୍ଟରେ ଫାଇନାଲ ଟିକେଟ ହାତେଇ ଥିବା ବେଳେ ଅବିନାଶ ୩୦୦୦ମିଟର ଷ୍ଟେପଲଚେଜର ଶେଷ ରାଉଣ୍ଡରେ ପହଞ୍ଚିଛନ୍ତି।

ଚଳିତ ସିଜିନରେ ମୁରଲୀ ୮ମିଟର ଲମ୍ବ ଡିଆଁ ମାରି ଫାଇନାଲ୍‌ ଟିକେଟ ହାସଲ କରିଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜେସୱିନ ଅଲଡ୍ରିନ(୭.୭୯ ମିଟର) ଓ ମହମ୍ମଦ ଆନ୍ସ ୟାହିୟା(୭.୭୩ ମିଟର)ଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ସେ ଭାରତ ପାଇଁ ପଦକ ମଧ୍ୟ ଜିତି ପାରନ୍ତି ବୋଲି ଆଶା କରାଯାଉଛି।

ସେହିଭଳି ଭାରତର ଆର୍ମି ମ୍ୟାନ ଅବିନାଶ ମଧ୍ୟ ପଦକ ଦୌଡ଼ରେ ରହିଛନ୍ତି। ସେ ୩୦୦୦ ମିଟର ଷ୍ଟେପଲଚେଜର ମେଡାଲ ଇଭେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି।

Share