ନୂଆଦିଲ୍ଲୀ,୧୩।୧୧: ଭାରତୀୟ ଦଳର ପୂର୍ବତନ ଓପନର୍ ମୁରଲୀ ବିଜୟ ଆଗାମୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଂଶଗ୍ରହଣ କରିବେ ନାହିଁ। ତାମିଲନାଡୁ କ୍ରିକେଟର କୋଭିଡ -୧୯ ଟିକା ନେବାକୁ ମନା କରିଦେଇଛନ୍ତି। ସେ ବୋୟୋ ବବଲ୍ ଜୀବନ ଦେଇ ଯିବାକୁ ଚାହୁଁ ନାହାଁନ୍ତି। ବିସିସିଆଇ ଏସ୍ଓପି ରିଲିଜ କରି ଖେଳାଳିମାନଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖେଳାଳିମାନେ ଏକ ସପ୍ତାହ ପର୍ଯ୍ୟନ୍ତ ବାୟୋ ବବଲ୍ରେ ରହିବେ। ଏପରିକି ସେମାନେ ଦଳର ଅଂଶବିଶେଷ ରହବା ଯାଏ କଟକଣାରେ ରହିବେ ବୋଲି ଏସ୍ଓପିରେ କୁହାଯାଇଥିଲା। ବିଜୟ ଏହି ଏସ୍ଓପିଗୁଡ଼ିକୁ ଅନୁସରଣ କରିବାକୁ ପ୍ରସ୍ତୁତ ନ ଥିଲେ। ଫଳସ୍ବରୂପ ୩୭ ବର୍ଷିୟ ଏହି କ୍ରିକେଟରଙ୍କୁ ସୟଦ ମୁସ୍ତାକ ଟୁର୍ନାମେଣ୍ଟ ପାଇଁ ତାମିଲନାଡୁ ଦଳରେ ଚୟନ କରାଯାଇ ନାହିଁ। ତେବେ ବିଜୟଙ୍କ ଏହା ବ୍ୟକ୍ତିଗତ ନିଷ୍ପତ୍ତି। ସେ ଟିକା ନେବାକୁ ଡରୁଛନ୍ତି। ଏଥିପାଇଁ ତାମିଲନାଡୁର ଚୟନକର୍ତ୍ତାମାନେ ତାଙ୍କୁ ବାଛି ନ ଥିବା କୁହାଯାଉଛି।