ବୀଭତ୍ସ ହତ୍ୟା: ଘରୁ ମିଳିଲା ୩ ଜଣଙ୍କ ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ବରଗଡ଼ ଅଫିସ, ୧୮।୪: ବରଗଡ଼ ଜିଲା ଭେଡେନ୍‌ ଥାନା ନଧୀନ ଆଖିଫୁଟା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘରୁ ୩ ଜଣଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ହେଲେ, ଉକ୍ତ ଗ୍ରାମର ଟଙ୍କଧର ସାହୁ(୭୦), ପ୍ରଥମ ପତ୍ନୀ ଦ୍ରୌପଦୀ (୬୫) ଏବଂ ଦ୍ବିତୀୟ ୟ ପତ୍ନୀ ମାଧବୀ(୫୦) । ଘରେ ସ୍ବାମୀ ଟଙ୍କଧର ଓ ୨ ସ୍ତ୍ରୀ ଦ୍ରୌପଦୀ, ମାଧବୀଙ୍କ କ୍ଷତାକ୍ତ ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ବରଗଡ଼ ଏସଡିପିଓ ଅମ୍ରିତ କୁମାର ପଣ୍ଡା, ଭେଡେନ ଥାନା ଆଇଆଇସି ସଙ୍ଗୀତା ମହାପାତ୍ର ପ୍ରମୁଖ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି।  ୩ ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ କିଏ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ

ଛତ୍ରପୁର,୨୪ା୧୨ (ଦିଲୀପ ସାମଲ):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ୧୧ ଜଣ ଦାଦନ ଶ୍ରମିକ ପେଟ ପୋଷିବା ପାଇଁ ସୁଦୂର ମାଳଦ୍ୱୀପକୁ ଯାଇ ସେଠାରେ ଫସିି ରହିଛନ୍ତି।...

କୋହଲା ପାଗ କପା ଚାଷୀ ପାଇଁ କାଳ

ଭବାନୀପାଟଣା, ୨୪ା୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି କପାର ବିଶେଷତ୍ୱ ହେଲା ଏହା ଦୀର୍ଘ, ତନ୍ତୁଜାତୀୟ ଓ ଶକ୍ତ। ବର୍ତ୍ତମାନ ଖରାପ ପାଗ ସାଙ୍ଗକୁ ଝିପିଝିପି ବର୍ଷା...

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ଯୋଗାଇବାକୁ ଉଠାଜଳସେଚନ ପ୍ରକଳ୍ପ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। ମାତ୍ର ଜିଲାର ଅନେକ ସ୍ଥାନରେ ଖୋଳାଯାଇଥିବା...

୩୩ ଦିନ ଚାଲିବ ରେଡ୍‌ ଡ୍ରପ୍‌ ମାରାଥନ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ପକ୍ଷରୁ ୨୦୨୫ ଜାନୁୟାରୀ ୧ତାରିଖରୁ ଫେବୃୟାରୀ ୨ତାରିଖ ପର୍ଯ୍ୟନ୍ତ ୩୩ ଦିନ ଧରି ରେଡ୍‌ ଡ୍ରପ୍‌ ମାରାଥନ୍‌...

ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ: ଧର୍ମେନ୍ଦ୍ର

ପାରାଦୀପ, ୨୪।୧୨(ଶରତ ରାଉତ):ପୂର୍ବୋଦୟରୁ ଭାରତର ବିକାଶ ହେବ। ଏହାର ପ୍ରକୃଷ୍ଟ ସ୍ଥାନ ହେଉଛି ପାରାଦୀପ। ରାଜ୍ୟ ଓ ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ। ବିଶ୍ୱ...

ଭାଙ୍ଗିଲା କଲେଜ ପରିଚାଳନା କମିଟି

ଭୁବନେଶ୍ୱର,୨୪।୧୨(ସୁଚିସ୍ମିତା ସାହୁ): ରାଜ୍ୟ ସରକାର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ନିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ଜାରି...

ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାରେ ଆୟୋଜନ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଏବଂ...

ଛାତ୍ରୀ ନିବାସରୁ ରାସନ ସାମଗ୍ରୀ ବୋଝେଇ ଗାଡି ଅଟକ: ପ୍ରଧାନ ଶିକ୍ଷକଙ୍କୁ ଘେରିଗଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୩ା୧୨(ଦୁର୍ଗା କୀର୍ତ୍ତି): ଛାତ୍ରୀ ନିବାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାସନ ସାମଗ୍ରୀ ନେଇ ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଗାଡିକୁ ଅଟକ ରଖାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri