ହତ୍ୟା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣିବା ପରେ ରାଗିଗଲେ ଅଭିଯୁକ୍ତ, କୋର୍ଟ ଭିତରେ ଓକିଲଙ୍କୁ କହୁଣିରେ ମାରିଲେ

ଓ୍ବାଶିଂଟନ,୨୮।୬: ଆମେରିକାରେ ମୃତ୍ୟୁଦଣ୍ଡର ସଜା ଶୁଣାଯିବା ପରେ ଜଣେ ଅଭିଯୁକ୍ତ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ସେ କୋର୍ଟ ଭିତରେ ଓକିଲଙ୍କୁ କହୁଣିରେ ମାରିଥିଲେ। ଅଭିଯୁକ୍ତ ଫ୍ଲୋରିଡାର ବାସିନ୍ଦା ହୋଇଥିବା ବେଳେ ୧୯୯୦ରେ ଜଣେ ୧୧ ବର୍ଷିୟା କନ୍ୟା ଓ ତାଙ୍କର ୩୨ ବର୍ଷୀୟା ଆୟାଙ୍କ ହତ୍ୟା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ଘଟଣା ସହ ଜଡିତ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କି ଅଭିଯୁକ୍ତ ଜିଲର ତାଙ୍କ ଓକିଲ କେଭିନ ଶର୍ଲିଙ୍କୁ ଇସାରା କରି ପାଖକୁ ଡାକୁଛନ୍ତି। କେଭିନ ଭାବୁଛନ୍ତି ସେ ବୋଧହୁଏ କିଛି କହିବାକୁ ତାଙ୍କୁ ପାଖକୁ ଡାକୁଛନ୍ତି। ହେଲେ ଯେତେବେଳେ ଓକିଲ, ଜିଲରଙ୍କ କଥା ଶୁଣିବାକୁ ଟିକେ ନଇଁ ପଡିଛନ୍ତି, ଠିକ ସେତିକି ବେଳେ ଜିଲର ତାଙ୍କ କହୁଣିରେ ଓକିଲଙ୍କ ମୁହଁ ଉପରେ ମାଡ ମାରୁଛନ୍ତି।

Share