Categories: ଜାତୀୟ

କୋର୍ଟରେ ବିଚାରପତିଙ୍କୁ ଚପଲ ଫୋପାଡ଼ିଲେ ହତ୍ୟା ଅଭିଯୁକ୍ତ

ଥାଣେ,୧୦।୧୧: ଏକ ହତ୍ୟା ମାମଲାର ଅଭିଯୁକ୍ତ ଶୁଣାଣି ବେଳେ ବିଚାରପତିଙ୍କୁ ଚପଲ ଫୋପାଡ଼ିଛନ୍ତି। ମହାରାଷ୍ଟ୍ରର ଥାଣେ ଜିଲାର କଲ୍ୟାନ କୋର୍ଟରେ ଘଟିଛି ଏଭଳି ଘଟଣା। ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ତାରିଖରେ କୋର୍ଟକୁ ଅଣା ନ ଯାଉ ଥିବାରୁ ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

କୋର୍ଟରେ ମା’ ଓ ସ୍ତ୍ରୀଙ୍କ ହତ୍ୟା ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରଧୀନ କଏଦୀ ରୋଶନ ଘୋରପଡେ ଗୋଡ଼ରୁ ସ୍ଲିପର କାଢ଼ି ବିଚାରପତିଙ୍କୁ ଫୋଫାଡ଼ିଥିଲେ। ବିଚାରପତି ତଳକୁ ନଇଁ ପଡ଼ିବାରୁ ସ୍ଲିପର ଲକ୍ଷ୍ୟସ୍ଥଳରେ ବାଜି ନ ଥିଲା। ତୁରନ୍ତ ପରେ କୋର୍ଟରେ ଉପସ୍ଥିତ ଥିବା ଗାର୍ଡମାନେ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ୩୫୩ (କାର୍ଯ୍ୟରତ ସକରାରୀ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟ ନିବୃତ କରିବା ପାଇଁ ନିର୍ଯାତନା) ଓ ୫୦୪ ଆଇପିସି ଦଫାରେ ମାମଲା ରୁଜୁ କରାଯାଇଛି।

Share