ବ୍ରହ୍ମପୁର ଅଫିସ ,୨୬।୬: ଗଞ୍ଜାମ ଜିଲା ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣକରି ବଳତ୍କାର ଓ ପରେ ହତ୍ୟା ଘଟଣାରେ ପୋଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେ ହେଲେ ଜରଡ଼ା ଥାନା ଅନ୍ତର୍ଗତ ଖରିଆଗୁଡାର ଆଲୋକ ମହାରଣା(୨୦)। ଜାମିନ ନାମଞ୍ଜୁର ହେବା ପରେ ଆଲୋକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ମାର୍ଚ୍ଚ ମାସରେ ଆଲୋକ ନାବାଳିକାଙ୍କୁ ଅପହରଣକରି ଏକ ଘର ଭଡାନେଇ ସେଠାରେ ତାଙ୍କୁରଖି ବଳତ୍କାର କରି ଆସୁଥିଲା । ଗତ ୨୦ ତାରିଖରେ ନାବାଳିକାଙ୍କ ମୃତଦେହ ପୋଲିସ ଉକ୍ତ ଘରୁ ଜବତ କରିଥିଲା। ନାବାଳିକାଙ୍କୁ ଅପହରଣ ପରେ ବଳପୂର୍ବକ ବଳତ୍କାର ଓ ଶେଷରେ ଝିଅକୁ ହତ୍ୟା କରାଯାଇଥିବା ପୀଡିତାଙ୍କ ବାପା ଅଭିଯୋଗ କରିଥିଲେ। ପରେ ପୋଲିସ ନଂ. ୧୭୨ /୨୦ ରେ ଏକ ମାମଲା ଜୁରୁ କରି ଘଟଣାର ତଦନ୍ତ ଚଳାଇଥିଲା।