ବେଙ୍ଗାଲୁରୁ,୨୬।୯: ବାୟୁସେନା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ ୨୭ ବର୍ଷୀୟ କ୍ୟାଡେଟ୍ଙ୍କ ମୃତଦେହ ଶନିବାର ଜଲାହଲ୍ଲିସ୍ଥିତ ଏୟାରଫୋର୍ସ ଟେକ୍ନିକାଲ କଲେଜ କ୍ୟାମ୍ପସ୍ରୁ ମିଳିଥିଲା। ଏହି ଘଟଣାରେ ବାୟୁସେନାର ୬ ଜଣ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ଘଟଣାର କୋର୍ଟ ଅଫ୍ ଇନ୍କ୍ୱାରି ନିର୍ଦ୍ଦେଶ ଦିଆଯାଇଥିବାବେଳେ ପ୍ରଶିକ୍ଷାର୍ଥୀ କ୍ୟାଡେଟ୍ ଅଙ୍କିତ କୁମାର ଝା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏୟାର କମୋଡର, ଓ୍ବିଙ୍ଗ୍ କମାଣ୍ଡର ଏବଂ ଗ୍ରୁପ୍ କ୍ୟାପ୍ଟେନ୍ ଆଦି ର଼୍ୟାଙ୍କ୍ର ଅଫିସରମାନେ ତାଙ୍କୁ କ୍ରମାଗତ ଭାବେ ହଇରାଣ କରିବା ସହ ନିର୍ଯାତନା ଦେଉଥିଲେ ବୋଲି ଅଙ୍କିତ୍ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି। ଅଙ୍କିତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ତାଙ୍କୁ ଡ୍ୟୁଟିରୁ ବାହାର କରିଦିଆଯାଇଥିଲା ବୋଲି ତଦନ୍ତକାରୀ ଅଫିସର କହିଛନ୍ତି। ଅଙ୍କିତଙ୍କ ଭାଇ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦାଏର କରିଥିଲେ।