ହତ୍ୟା ମାମଲା: ଆଜୀବନ ଜେଲ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଛତ୍ରପୁର,୨ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମପୁର ଏଡିଜେ-୩ ପକ୍ଷରୁ ଜୁଲାଇ ୩୧ରେ ଦଣ୍ଡାଦେଶ ରାୟ ପ୍ରକାଶ ପାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଏନ୍‌. ନାରାୟଣ ରେଡ୍ଡୀ, ପି. କାମରାଜୁ ରେଡ୍ଡୀ ଏବଂ ଏନ୍‌. ଦିଲୀପ କୁମାର ରେଡ୍ଡୀଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ ଅଗଷ୍ଟ ୨୫ରେ ହାଇକୋର୍ଟରେ କ୍ରିମିନାଲ ଅପିଲ (ନଂ.୯୫୭/୨୩) କରାଯାଇଥିଲା। ଶନିବାର ଅପିଲର ବିଚାର ଲାଗି ହାଇକୋର୍ଟ ଗ୍ରହଣ କରିଛନ୍ତି। ଏଥିସହ ଜରିମାନା ଆଦାୟ ଉପରେ ହାଇକୋର୍ଟ ସ୍ଥଗିତା ଦେଶ ଜାରି କରିଛନ୍ତି।
ମାମଲାର ରେକର୍ଡ ତଳକୋର୍ଟରୁ ହାଇକୋର୍ଟ ମାଗିଛନ୍ତି। ଅପିଲକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସୁବୀର ପାଲିତ, ଓକିଲ ଡ. ପ୍ରଶାନ୍ତ କୁମାର ମିଶ୍ର ଓ ଓକିଲ ଭବାନୀ ଦାଶ ମାମଲା ପରିଚାଳନା କରୁଛନ୍ତି। ପ୍ରକାଶଥାଉ କି, ୧୯୯୮ ଜୁନ ୧୮ରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ। ଗଞ୍ଜାମ ପୋଲିସ ଜିଲାର କାର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୋବା ମେହେରଙ୍କୁ ଆନ୍ଦୋଳନକାରୀମାନେ ହତ୍ୟା କରିଥିଲେ। ଏନେଇ ଅଭିଯୋଗ ପରେ ଛତ୍ରପୁର ଥାନାରେ ମାମଲା (ନଂ.୧୧୫/୯୮)ରେ ଦଫା ୩୦୨ ଅନୁସାରେ କେସ୍‌ ରୁଜୁ କରାଯାଇଥିଲା। ଏଥିଯୋଗୁ ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୨୨ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri