ଝିଆରୀଙ୍କୁୁ ଟାଙ୍ଗିଆରେ ହାଣି ୨ ଖଣ୍ଡ କରିଦେଲେ ଦାଦା

ଦେବଗଡ଼,୧୫।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ୪ ବର୍ଷର ଝିଆରୀକୁ ଟାଙ୍ଗିଆରେ ହାଣି ୨ଖଣ୍ଡ କରିଦେଇଛନ୍ତି ଦାଦା। ଘଟଣାସ୍ଥଳରେ ଝିଆରୀ ରୋଜାଲିନଙ୍କ ମୃତ୍ୟୁ ଘଟିଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକରୀ ଦାଦା ନାଗାର୍ଜୁନ ଭଇଁସାଙ୍କୁ ପୋଲିସ ଗିରଫ କରିଛିି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।