ସାରା ଜୀବନ ହାତ ଧରିବାକୁ କଥା ଦେଇ ତଣ୍ଟି ଚିପି ମାରିଦେଲେ ସ୍ବାମୀ

ସୁନ୍ଦରଗଡ,୧୨।୧(ଡି.ଏନ୍‌.ଏ.): ଯାହା ହାତ ଧରି ସାରା ଜୀବନ କାଟିଦେବାକୁ ଭାବିଥିଲେ ସେ ହିଁ ଶେଷରେ ତଣ୍ଟି ଚିପିଦେଲେ। ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତଳପରା ଥାନା ଅନ୍ତର୍ଗତ ଭଣ୍ଡାରୀଶଙ୍କରା ଗ୍ରାମରେ । ମୃତା ମହିଳାଙ୍କ ନାମ ପୁଷ୍ପା ବାଗ (୩୫)। ମହିଳାଙ୍କ ବାପାଙ୍କ ଘର ପକ୍ଷରୁ ଖବର ପାଇ ତଳସରା ଆଇଆଇସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ହତ୍ୟା ମାମଲା ରୁଜୁ କରିଛି।

Share