ନିର୍ବାଚନ ଆୟୋଗ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରାଯିବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ନିର୍ବାଚନ କରାଯାଉଛି। ନିର୍ବାଚନ ରାଲି ସହିତ ଅନ୍ୟ ପ୍ରଚାର କାର୍ଯ୍ୟକ୍ରମ ଯୋଗୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ନିର୍ବାଚନ ଆୟୋଗ ଅଫିସରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ଏଭଳି ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରାଯିବା ଆବଶ୍ୟକ ବୋଲି ମାଡ୍ରାସ୍‌ ହାଇକୋର୍ଟ କହିଛନ୍ତି। ଏକମାମଲାର ଶୁଣାଣି ସମୟରେ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜିବ ବାନାର୍ଜୀ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିଶନ ଦାୟୀ। ଏହା ସହିତ କୋର୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି କରୋନା ମାର୍ଗଦର୍ଶିକାର ଉପଯୁକ୍ତ ପାଳନ ଲାଗି ଯୋଜନା ପ୍ରସ୍ତୁତ ନ କରାଯିବ। ତେବେ ମେ’ ୨ରେ ହେବାକୁଥିବା ଭୋଟ ଗଣନା ଉପରେ ତତ୍‌କାଳ ରୋକ ଲଗାଯିବ। ୩୦ ଏପ୍ରିଲ୍‌ ସୁଦ୍ଧା ନିର୍ବାଚନ କମିଶନ ଉପଯୁକ୍ତ ପଦକ୍ଷେପ ସମ୍ପର୍କରେ ଜଣାଇବା ପାଇଁ କୋର୍ଟ ତାଗିଦ୍‌ କରିଛନ୍ତି।

Share