୪ ଭାଇଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୨ରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ଜଣେ ଝିଅକୁ କମେଣ୍ଟ ମରାକୁ କେନ୍ଦ୍ରକରି ୪ ଭାଇଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଉକ୍ତ ବହୁ ଚର୍ଚ୍ଚିତ ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ ପାଇଛି। ରାୟ ପ୍ରକାଶ ବେଳେ ଗିରଫ ପରଠାରୁ ଜେଲରେ ଥିବା ୫ ଅଭିଯୁକ୍ତଙ୍କୁ ସୋମବାର କଡା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯାଇଥିଲା। ଆସ୍କା ଅତିରିକ୍ତ ଜିଲା ଜଜ (ଏଡିଜେ) ପ୍ରବୀର କୁମାର ଚୌଧୁରୀ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ଚିତ୍ର ଓରଫ ଚେତନ ସେଠୀ, ସନ୍ତୋଷ ସ୍ବାଇଁ, ବାହନ ପତି ଓରଫ ବେହେରା, ସାଧୁ ଓରଫ ଅମୀୟ କୁମାର ସ୍ବାଇଁ, ମିଳନ ସ୍ବାଇଁ।
ଏଥିସହ ପ୍ରତ୍ୟେକ ୧୦ହଜାର ଲେଖାଏ ଜରିମାନା ଦେବାକୁ ସେ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଉକ୍ତ ମାମଲାର ପରିଚାଳନା ପାଇଁ ନିଯୁକ୍ତି ପାଇଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପିପି ) ତ୍ରିଲୋଚନ ପରିଢା ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ବାଇଁଙ୍କ ତିନିପୁଅ ରାଜା ସ୍ବାଇଁ, ପାଣ୍ଡବ ସୱାଇଁ, ଶମ୍ଭୁ ସ୍ବାଇଁ ଓ ପୁତୁରା ଚନ୍ଦନ ସ୍ବାଇଁ ପିତ୍ତଳ ଛକରେ ଏକ ଫାଷ୍ଟଫୁଡ଼ ଦୋକାନ କରିଥିଲେ। ଗତ ୨୦୨୨ ମାର୍ଚ୍ଚ ୨୨ରେ ତାଙ୍କ ଦୋକାନ ସମ୍ମୁଖରେ ଏକ ଝିଅକୁ କମେଣ୍ଟ ମରାକୁ ଉକ୍ତ ୪ ଭାଇ ବିରୋଧ କରିଥିଲେ। ଯାହାକୁ ନେଇ ସେମାନଙ୍କୁ ସେଠାରେ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ମୃତ ରାଜାଙ୍କ ବାପା ମଙ୍ଗୁଳୁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ୧୧୪/୨୨ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଜିଲା ସଭାପତି: ନବୀନଙ୍କୁ ଲେଖିଲେ ଚିଠି

ଫୁଲବାଣୀ,୨୩ା୧୦(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବିଜେଡି ସଭାପତି ଅଙ୍ଗଦ କହଁର ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ ଗତ ନିର୍ବାଚନରେ...

ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ

ପାରାଦୀପ,୨୩।୧୦(ଶରତ ରାଉତ):ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

ବାତ୍ୟା ପୂର୍ବରୁ ବୁଡିଲା ଟ୍ରଲର, ଥିଲେ ୧୦ ମତ୍ସଜୀବୀ…

ଭଦ୍ରକ,୨୨।୧୦: ବୈତରଣୀ ମୁହାଁଣରେ ବୁଡିଲା ମାଛଧରା ଟ୍ରଲର। ଟ୍ରଲର ବୁଡିଲେ ମଧ୍ୟ ଅଳ୍ପକେ ବର୍ତ୍ତିଛନ୍ତି ମତ୍ସଜୀବୀ। ଉପକୂଳକୁ ଫେରିବା ସମୟରେ ଧାମରା ବନ୍ଦର ନିକଟରେ ମାଛଧରା...

ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ, ମହାପ୍ରୟାଣ ଗାଡି ବାବଦକୁ ମାଗୁଥିଲେ ଲାଞ୍ଚ…

ବରଗଡ,୨୨।୧୦(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାର କଂସଙ୍କ ବଢିଲା ଅଡୁଆ। ବରଗଡ ଧନୁଯାତ୍ରାର କଂସ ସାଜୁଥିବା ହୃଷିକେଷ ଭୋଇଙ୍କୁ ନିଲମ୍ବିତ କରାଯାଇଛି। ମହାପ୍ରୟାଣ ଗାଡିରେ ଶବ ପରିବହନ ବାବଦକୁ...

ଶ୍ରମିକଙ୍କ ଚେତାବନୀ: କାମ ଦିଅ ନ ହେଲେ….

ବଲାଙ୍ଗୀର, ୨୨।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡା ବ୍ଳକ ଅନ୍ତର୍ଗତ ସୁଲେଇକେଲା ଗ୍ରାମ ପଞ୍ଚାୟତ ଅଧୀନ ଝରିଆମୁଣ୍ଡା ଗାଁର ଶ୍ରମିକମାନେ କାମ ଯୋଗାଇ ଦେବା...

ବନବାସୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ସମାଧାନ କରିବାକୁ ଦାବି

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଶାସନିକ ଅବହେଳା କାରଣରୁ କେନ୍ଦୁଝର ଜିଲାର ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ...

କୋଦାଳ ଧରି ରାସ୍ତା ସଫା କଲେ ସିଆରପିଏଫ ଯବାନ

ତୁମୁଡିବନ୍ଧ,୨୨।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ବେଲଘର ସିଆରପିଏଫ କ୍ୟାମ୍ପର ୧୨୭ କେନ୍ଦ୍ରୀୟ ବଳ ଦ୍ୱାରା ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ସ୍ବଚ୍ଛ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri