ଟଙ୍କା ଭାଗ ବଣ୍ଟାକୁ କେନ୍ଦ୍ରକରି ହତ୍ୟାକାଣ୍ଡ

ଯୋଡ଼ା,୧୦ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବଳଦା କଚା ସାହିଠାରେ ଟଙ୍କା ଭାଗ ବଣ୍ଟାକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ଠେଙ୍ଗା ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଗ୍ରାମର ରମେଶଚନ୍ଦ୍ର ପାତ୍ର। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ଉକ୍ତ ଗ୍ରାମର ରମେଶ ପାତ୍ର ଓ ରାମଚନ୍ଦ୍ର ଜରେଇଙ୍କ ମଧ୍ୟରେ ଟଙ୍କା ଭାଗ ବଣ୍ଟାକୁ ନେଇ କଳହ ହୋଇଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ରାମଚନ୍ଦ୍ର ଏକ ଠେଙ୍ଗାରେ ରମେଶକୁ ମାଡ଼ ମାରିଥିଲେ। ଆକ୍ରମଣରେ ଘଟଣା ସ୍ଥଳରେ ହିଁ ରମେଶଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚତ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବାମେବାରି ଥାନାରେ ଏକ ହତ୍ୟା ମାମଲା ନଂ ୧୭୫/୨୦୨୨ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣା କରାଯାଇଥିବା ପୋଲିସ ସୂଚନା ଦେଇଛି।

Share