କୋବି ପାଇଁ ମର୍ଡର! ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ପାଟନା,୨୯।୧୧: ବିହାରର ମୋତିହାରି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୋବିକୁ ନେଇ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୋତିହାରିରର ଦୁଲମା ପଞ୍ଚାୟତର ଓ୍ବାର୍ଡ-୯ର ଏହି ଘଟଣା ସମସ୍ତଙ୍କୁ ଥରାଇ ଦେଇଛି।
ଦୁଲମା ବାରାପାକଡ ଗ୍ରାମ ନିବାସୀ ୫୫ବର୍ଷିୟ ରଘୁନାଥ ପ୍ରସାଦ ଫୁଲକୋବି ନେଇ ଘରକୁ ଫେରୁଥିଲେ। ଏହି ସମୟରେ କିଛିଲୋକ ତାଙ୍କୁ କୋବି ଚୋରି କରିଥିବା ଅଭିଯୋଗରେ ପିଟିବା ଆରମ୍ଭ କରିଦେଲେ। ତେବେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତକଙ୍କ ମୁହଁରେ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା କରୁଛି।

Share