କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ଖସାପଦା ଗ୍ରାମରେ ଏକ ହତ୍ୟା ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ନାମ ଚଇତୁ ଦେହୁରୀ। ଅଟକ ଅଭିଯୁକ୍ତ ହେଉଛନ୍ତି ଆଲୁତୁମା ଗ୍ରାମର ପ୍ରହଲ୍ଲାଦ ଦେହୁରୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଚଇତୁ ଘରେ ଶୋଇଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ପ୍ରହଲ୍ଲାଦ ଘରେ ପଶି ଚଇତୁଙ୍କ ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।