Categories: ଜାତୀୟ

ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିଲେ ଯୁବକ, ପରେ ଘଟିଲା ଏମିତି

ଭୋପାଳ,୧୪।୮: ମଧ୍ୟପ୍ରଦେଶର ଉଜୈନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ହୋଟେଲ ରୁମ୍‌ରେ ଜଣେ ଯୁବତୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଛି। ଏହି ଘଟଣା କରିବା ପରେ ଅଭିଯୁକ୍ତ ଜଣକ ପଳାଇ ଯାଇଥିଲେ। ହୋଟେଲର ମ୍ୟାନେଜର ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। କୁହାଯାଉଛି ଯେ ଯୁବତୀ ଜଣଙ୍କ କୋଚିଂ ଯିବାକୁ କହି ଘରୁ ବାହାରିଥିଲେ। କିନ୍ତୁ ତାଙ୍କ ପ୍ରେମିକଙ୍କ ସହ ସେ ନାନାଖେଡ ଅଞ୍ଚଳର ଏକ ହୋଟେଲରେ ପହଞ୍ଚିଥିଲେ। ପୋଲିସ ହତ୍ୟାକାରୀକୁ ଖୋଜୁଛି।
ଯୁବତୀ ଜଣଙ୍କ ଘରୁ ଅଟୋ ଧରି ହୋଟେଲ ପାଖରେ ପହଞ୍ଚିଥିଲେ। ଅଭିଯୁକ୍ତ ଯୁବକ ସୁଭାଷ ପୋରୱାଲ ଆଗରୁ ତାଙ୍କୁ ଅପେକ୍ଷା କରିଥିଲେ। ଉଜୈନର ନଟରାଜ ହୋଟେଲରେ ଏକ ରୁମ୍‌ ନେଇଥିଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ରହିବେ ବୋଲି କହିଥିଲେ। ପ୍ରାୟ ୧.୩୦ ଘଣ୍ଟା ପରେ ଅଭିଯୁକ୍ତ ସୁଭାଷ ବଜାରରୁ ସାମଗ୍ରୀ ନେବାକୁ ବାହାନା କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ବହୁତ ସମୟ ପରେ ହୋଟେଲ ମ୍ୟାନେଜରଙ୍କର କିଛି ସନ୍ଦେହ ହେଲା। ସେ ରୁମ୍‌କୁ ଯାଇ ଦେଖିବାରୁ ଯୁବତୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତଙ୍କୁ ଖୋଜୁଛି।

Share