ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼ ମିଳିବା ପରେ ଏକ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି।  ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ପୋତିବା ସହ ଅନ୍ୟ କିଛି ଅଂଶ ଫିଙ୍ଗି ଦେଇଥିବା ନେଇ ତଦନ୍ତ ବେଳେ ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଛନ୍ତି। ମୃତା ୨ ମହିଳା ହେଉଛନ୍ତି ଗ୍ରାମର ଯମୁନା ସାମଲ(୫୫) ଓ ତାଙ୍କ ବିବାହିତା ଝିଅ କୌଶଲ୍ୟା ଗାୟନ(୩୫)। ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଯାଇ ଗତ ୨୦ଦିନ ହେଲା ସେମାନେ ନିଖୋଜ ଥିଲେ। ଅଭିଯୁକ୍ତ ମୃତ କୌଶଲ୍ୟାଙ୍କ ସ୍ବାମୀ ଗୁରୁପଦ ଗାୟନ(୪୦)ଙ୍କୁ ଗୁରୁବାର ପୋଲିସ ଗିରଫ କରିବା ସହ କ୍ରାଇମ୍‌ ସିନ୍‌ ରିକ୍ରିଏଶନ କରିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗୋଟିଏ ଗଁାରେ ପାଖାପାଖି ରହୁଥିବା ଯମୁନା ଓ କୌଶଲ୍ୟା ୨୦ ଦିନ ତଳେ ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଏନେଇ ଯମୁନାଙ୍କ ଅନ୍ୟ ଏକ ଝିଅ କାକେଳି ଗାୟନ ନାୟକାଣିଡିହି ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ବୁଧବାର ଗ୍ରାମର ଏକ ଯୋର ନିକଟରୁ ଅଖାବସ୍ତାରୁ ଖପୁରି ହାଡ଼ ଟାଣି କୁକୁର ଖାଉଥିବା ଦେଖି ସ୍ଥାନୀୟ ଲୋକେ ନିଖୋଜ ଥିବା ମା’ ଓ ଝିଅଙ୍କର ହୋଇଥିବା ସନ୍ଦେହ କରି ନାୟକାଣିଡିହି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଗୁରୁପଦ ଓ ତାଙ୍କର ଜଣେ ଭାଇଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସ୍ତ୍ରୀ କୌଶଲ୍ୟା ଓ ଶାଶୁ ଯମୁନାଙ୍କୁ ମାରିଦେବା ପରେ ସେମାନଙ୍କ ମୃତଦେହକୁ ମାରଣାସ୍ତ୍ରରେ ଖଣ୍ଡ ଖଣ୍ଡ କରି ନିକଟସ୍ଥ ମାଛ ପୋଖରୀରେ ପକାଇଥିବା ଓ ଯୋରରେ ପୋତିଥିବା ଗୁରୁପଦ ପୋଲିସ ଆଗରେ ସ୍ବୀକାର କରିଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବାରୁ ଗୁରୁପଦଙ୍କୁ ଧରି ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତା, ନାୟକାଣିଡିହି ଓଆଇସି ସଲଖାନ ମୁର୍ମୁ, ଏସ୍‌ଆଇ ମହେଶ୍ୱର ପ୍ରଧାନ ସଦଳବଳ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ କରିଥିଲେ। ଅଭିଯୁକ୍ତ ହତ୍ୟାକାଣ୍ଡ ଓ ପରେ କିପରି ମୃତଦେହକୁ ଖଣ୍ଡ ଖଣ୍ଡ କରି ପୋଖରୀ ଓ ଯୋରର ବିଭିନ୍ନ ସ୍ଥାନରେ ପୋତିବା, ଫୋପାଡ଼ିବାର ଡେମୋ ଦେଖାଇଛନ୍ତି। କିଛିଦିନ ଧରି ଗୁରୁପଦଙ୍କ ସହ ସ୍ତ୍ରୀ ଓ ଶାଶୁଙ୍କର ବିବାଦ ଲାଗି ରହିଥିଲା। ଗୁରୁପଦଙ୍କୁ ଛାଡ଼ି କୌଶଲ୍ୟା ରାଜ୍ୟ ବାହାରେ ରହୁଥିବା ବେଳେ ସୁଭଦ୍ରା ଆବେଦନ ପାଇଁ ଘରକୁ ଆସିଥିଲେ। ପାରିବାରିକ କଳହ ଓ ଟଙ୍କା ହେର୍‌ଫେର୍‌କୁ ନେଇ ସେମାନଙ୍କ ଏହି ବିବାଦ ଗତ ସେପ୍ଟେମ୍ବର ୨୭ରେ ଉଗ୍ରରୂପ ନେଇଥିଲା। ସେମାନେ ଆବେଦନ କରି ଫେରୁଥିବା ବେଳେ ଗୁରୁପଦ ମାରଣାସ୍ତ୍ରରେ ସେମାନଙ୍କୁ ହତ୍ୟା କରିଥିବା ନେଇ ଏସ୍‌ଡିପିଓ ସୌରଭ ଓତା ସୂଚନା ଦେଇଛନ୍ତି। ଏନେଇ ନାୟକାଣିଡିହି ଥାନାରେ ମାମଲା (ନଂ.୨୩୮/୨୪) ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଛି। ପୋଲିସ ସ୍ଥାନୀୟ ଲୋକ

Enter your email to get our daily news in your inbox.

All Right Reserved By Dharitri.Com

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

ପାଣ୍ଡିଆନ୍‌ଙ୍କ ଗୁମର ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ: ବିଜୁ ପଟ୍ଟନାୟକ-ଗୀତା ମେହେଟ୍ଟାଙ୍କୁ ନେଇ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୭।୧୦: ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳରେ ଥିବା ଓ ଅନ୍ୟ ଦଳକୁ ଯାଇଥିବା ବରିଷ୍ଠ ନେତାମାନେ ଜଣକ ପରେ ଜଣେ ବୟାନ ଦେଉଛନ୍ତି।...

ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍‌କ୍ରିମ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍‌କ୍ରିମ୍‌ ପ୍ୟାକେଟ୍‌ ଉପରେ ବ୍ୟାଚ୍‌ ନମ୍ବର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri