ନୂଆପାଲି ଗ୍ରାମରେ ଯୁବକଙ୍କୁ ନିର୍ମମ ହତ୍ୟା, ଘର ଆଗରେ ହାଣିପକାଇଲେ

ବଘିଆପଡ଼ା,୨୧।୧(ଶ୍ରୀକାନ୍ତ ସାହୁ): ବୌଦ୍ଧଜିଲା ବଘିଆପଡ଼ା ପଞ୍ଚାୟତର ନୂଆପାଲି ଗ୍ରାମରେ ସୋମବାର ବିଳମ୍ବିତରାତିରେ ଯୁବକଙ୍କ ଉପରେ ଆକ୍ରମଣ ହୋଇଥିଲା। ଯୁବକଜଣଙ୍କର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ସୂଚନାମିଳିଛି ।
ମିଳିଥିବା ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବୌଦ୍ଧ ଥାନା ନୂଆପାଲି ଗ୍ରାମରେ ପୁର୍ବ ଶତ୍ରୁତାକୁ ନେଇ ଶ୍ରୀଧର ବେହେରା ନାମକ ଜଣେ ଯୁବକଙ୍କୁ ତାଙ୍କଘର ସାମ୍ନାରେ ଗ୍ରାମର ଅନ୍ୟ ଏକ ପରିବାରର ସଦସ୍ୟମାନେ କୁରାଢୀ ଓ ଅନ୍ୟ ମାରଣାସ୍ତ୍ରରେ  ସଂଘବଦ୍ଧ ଆକ୍ରମଣ କରିଥିଲେ। ଶ୍ରୀଧରଙ୍କୁ ଉଦ୍ଧାରକରି ତାଙ୍କ ପରିବାରଲୋକେ ବୌଦ୍ଧ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଶ୍ରୀଧରଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ବୌଦ୍ଧ ପୋଲିସ ନୂଆପାଲି ଗ୍ରାମରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୁଚନା ମିଳିଛି।

Share