କମେଣ୍ଟମରାକୁ କେନ୍ଦ୍ରକରି ବୀଭତ୍ସ କାଣ୍ଡ: ୪ ମୃତ

ବହ୍ମପୁର ଅଫିସ,୨୩।୩: ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ନିକଟ ରାମଚନ୍ଦ୍ରପୁର ଛକରେ ଥିବା ମା’ଖମ୍ବେଶ୍ୱର ଫାଷ୍ଟଫୁଡ୍‌ ଦୋକାନରେ ହୋଇଥିବା ଗୋଷ୍ଠୀସଂଘର୍ଷରେ ଜଣେ ନାବାଳକ ସମେତ ୪ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ବୀଭତ୍ସ ହତ୍ୟାକାଣ୍ଡରେ ନରେନ୍ଦ୍ରପୁରର ମଙ୍ଗୁଳୁ ସ୍ବାଇଁଙ୍କ ୩ ପୁଅ ରାଜା ସ୍ବାଇଁ(୨୮), ଶମ୍ଭୁ ସ୍ବାଇଁ (୨୫), ପାଣ୍ଡବ ସ୍ବାଇଁ (୨୩) ଓ ରାଜାଙ୍କ ମାଉସୀ ପୁଅ ଭାଇ ଚନ୍ଦନ ସ୍ବାଇଁଁ(୧୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରମଣକାରୀ ଗୋଷ୍ଠୀର ସାଧୁ ଓରଫ ଅମିୟ ସ୍ବାଇଁ ଆହତ ହୋଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ସେଠାରେ ଗୋଟିଏ ସେକ୍ସନ ପୋଲିସ ଜଗି ରହିଛି। ଏନେଇ ଅମିୟ ସ୍ବାଇଁଙ୍କ ପ୍ରତିକ୍ରିୟା ନେବା ବେଳେ ସେ କହିଛନ୍ତି, ମଙ୍ଗଳବାର ରାତିରେ ମୁଁ ଓ ମୋର କେତେଜଣ ସାଙ୍ଗ ନରେନ୍ଦ୍ରପୁର ଛକରେ ଛିଡା ହୋଇଥିଲୁ। ସେହି ରାସ୍ତା ଦେଇ ଏକ ଦମ୍ପତି ବାଇକରେ ଯାଉଥିବା ବେଳେ ସେଠାରେ ଏକ ଦୁର୍ଘଟଣା ଘଟିଥିଲା। ଫଳରେ ମହିଳା ଜଣଙ୍କ ଗାଡିରୁ ପଡ଼ି ଯାଇଥିଲେ। ମୁଁ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ବେଳେ ସେଠାରେ ଫାଷ୍ଟଫୁଡ୍‌ ଦୋକାନ କରିଥିବା ରାଜା ସ୍ବାଇଁ ମୋତେ କମେଣ୍ଟ ମାରିଥିଲେ। ଏହାକୁ ନେଇ ସେଠାରେ ଝଗଡ଼ା ହୋଇଥିଲା। ସେଠାରେ କେହିଜଣେ ମୋତେ ଆକ୍ରମଣ କରିବାରୁ ମୁଁ ଅଚେତ ହୋଇପଡିଥିଲି। ମୁଁ ଘଟଣା ସମ୍ପର୍କରେ କିଛି ଜାଣି ନାହିଁ। ମୋର ଚେତା ଫେରିବା ପରେ ମୁଁ ହସ୍ପିଟାଲ ବେଡ୍‌ରେ ଥିବା ଜାଣିବାକୁ ପାଇଥିଲି। ବୁଧବାର ସକାଳେ ମୁଁ ପୋଲିସଠାରୁ ଖବର ପାଇଲି ଯେ, ମଙ୍ଗଳବାର ରାତ୍ରି ଗୋଷ୍ଠୀସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଏମ୍‌କେସିଜି ମେଡିକାଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ଉପରୋକ୍ତ ୪ ଯୁବକଙ୍କ ମୃତଦେହ ସଂରକ୍ଷଣ କକ୍ଷରେ ଥିଲା। ବୁଧବାର ସକାଳେ ମୃତକଙ୍କ ପରିବାର, ଆସ୍କା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଅନ୍ୟାନ୍ୟ ଥାନାଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri