ସାନଭାଇଙ୍କୁ ଗୁଳିକରି ହତ୍ୟା: ବଡ଼ଭାଇ ଗିରଫ

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡ଼ା ପଞ୍ଚାୟତ ଦେହେଡ଼ା ଗାଁରୁ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ପୂର୍ବ ଶତ୍ରୁତାରୁ ବଡ ଭାଇଙ୍କ ବନ୍ଧୁକ ଗୁଳିରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ଘଟଣା ଶୁକ୍ରବାର ରାତିରେ ଘଟିଥିବାବେଳେ ଶନିବାର ଏହା ଲୋକଲୋଚନକୁ ଆସିଛି। ଏ ନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ହତ୍ୟାକାରୀ ବଡ଼ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୃଷ୍ଣ ମାଝୀ।
ସୂଚନାନୁସାରେ କୃଷ୍ଣ ଓ ତାଙ୍କ ସାନଭାଇ ପୂର୍ଣ୍ଣ ମାଝୀ (୩୫)ଙ୍କ ମଧ୍ୟରେ କୌଣସି କାରଣରୁ ଗତବର୍ଷ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୂର୍ଣ୍ଣ ଉତ୍ତ୍ୟକ୍ତ ହୋଇ କୃଷ୍ଣଙ୍କୁ ମାଡ଼ ମାରି ଆହତ କରିଦେଇଥିଲେ। ଏହି ଗଣ୍ଡଗୋଳକୁ ନେଇ ରାଗରଖି କୃଷ୍ଣ ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ରାତ୍ର ୮ଟା ସମୟରେ ପୂର୍ଣ୍ଣ ଘରେ ଶୋଇଥିବା ସମୟରେ ଦେଶୀ ବନ୍ଧୁକରେ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ପୂର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଶନିବାର ସକାଳେ ପୂର୍ଣ୍ଣଙ୍କ ସ୍ତ୍ରୀ ଚୁମକି ମାଝୀ ଓ ପରିବାର ଲୋକେ ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୯/୨୫) ରୁଜୁ କରିବା ସହ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। କେସିଙ୍ଗା ଏସ୍‌ଡିପିଓ ଅଜୟ ଦାସ, ବିଶ୍ୱନାଥପୁର ଥାନା ଅଧିକାରୀ ମମତା ହେମ୍ବ୍ରମ, ଏସ୍‌ଆଇ ବୁଧେରାମ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ରୋଗୀଙ୍କୁ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ବାଂଲାଦେଶର ବୟାନ ଆଧାରହୀନ, ସୂତ୍ର କହୁଛି…

ଢାକା,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୪ ଏପ୍ରିଲ, ୨୦୨୫) ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହିତ ହିନ୍ଦୁଙ୍କ ସମେତ ବାଂଲାଦେଶରେ...

ନାଁ ନ ନେଇ ଚାଇନାକୁ ଚେତାଇଲା ଶ୍ରୀଲଙ୍କା, ମୋଦିଙ୍କ ସାମ୍ନାରେ ରାଷ୍ଟ୍ରପତି କହିଲେ, ଭାରତ ବିରୋଧରେ ଏପରି…

କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ୪ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image