ତଣ୍ଟି ଚିପି ହତ୍ୟା କରି ଯୁବକଙ୍କୁ ଫିଙ୍ଗି ଦେଲେ

ଶେରଗଡ଼,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆର ପଛପଟରୁ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ଜଣଙ୍କ ହେଲେ ରାମଗିରି ଗ୍ରାମର ସିମାଞ୍ଚଳ ସାହୁ (୨୫)। ତେବେ ମୃତଦେହ ପାଖରେ ଜୋତା,ମୋବାଇଲ ପଡ଼ିଥିବା ବେଳେ ତାଙ୍କ ବେକରେ ତଣ୍ଟିରେ ଦାଗ ରହିଛି। ଏହାଦେଖି ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି।

ପୋଲିସ ପାରିପାର୍ଶ୍ୱିକ ସ୍ଥିତି ଓ ଘର ଲୋକଙ୍କୁ ପଚରାଉଚରା କରିଛି। ସୀମାଞ୍ଚଳ କିଛି ବର୍ଷ ଧରି ଭୁବନେଶ୍ୱରର ଏକ ହୋଟେଲରେ କାମ କରୁଥିଲେ। ଗତ ଦୁଇ ଦିନ ହେଲା ସେ ରାମଗିରି ଆସିଥିଲେ। ଭୁବନେଶ୍ୱରରେ କିଛି ବଚସା ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ଥାନାରେ କେଶ ନଂ (୨୦୩/୨୨)ପ୍ରକାରେ ରୁଜୁ କରି ମୃତଦେହକୁ ବ୍ୟବେଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି। ବ୍ୟବେଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Share