ସୁନ୍ଦରଗଡରେ ଚାଞ୍ଚଲ୍ୟ:ଗର୍ଭବତୀଙ୍କୁ ଗୁଳି ମାରିଦେଲେ

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଘଟିଯାଇଛି ଅଭାବନୀୟ ଘଟଣା। ସେଠାରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସଭିଏଁ ଲୁଟ୍‌ ଉଦ୍ଦେଶ୍ୟରେ ବୋଲି ଭାବୁଥିଲେ ହେଁ ଏହା ଅନ୍ୟ ଏକ ଦିଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଘଟଣା ଅନୁଯାୟୀ, ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଦେବେନ ବେହେରା ଓ ତାଙ୍କ ସ୍ତ୍ରୀ ଶୋଇଥିଲେ। ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ଦେବେନଙ୍କ ସ୍ତ୍ରୀ ସୋମ୍ୟାମୟୀ ବାହାରିବା ସମୟରେ କେହି ମୁଖ୍ୟ ଦ୍ୱାରରେ କବାଟ ବାଡେଇବା ଶବ୍ଦ ଶୁଣି କବାଟ ଖୋଲିଥିଲେ । ପରେ ତାଙ୍କ ଚିତ୍କାର ଓ ଗୁଳି ଫୁଟିବା ଶବ୍ଦ ଶୁଣି ଦେବେନ ବାହାରକୁ ଆସିଥିଲେ। ବାହାରକୁ ଆସି ଦେଖିଲାବେଳକୁ ସୋମ୍ୟା ତଳେ ପଡି ଛଟପଟ ହେବା ସହ ପ୍ରବଳ ରକ୍ତସ୍ରାବ ହେଉଛି। ଏହା ଦେଖି ସେ ପାଖ ପଡୋଶୀଙ୍କୁ ଡାକିଥିଲେ। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିବା ବେଳକୁ ସୋମ୍ୟାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ନିଆ ସାରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ଦେଖି ତାଙ୍କ ସ୍ବାମୀ ଅତ୍ୟନ୍ତ ମର୍ମାହତ ଅଛନ୍ତି। ତେଣୁ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି। ମୃତା ମହିଳା ୭ ମାସର ଗର୍ଭବତୀ ଥିଲେ ଓ ଏହା ତାଙ୍କର ପ୍ରଥମ ଗର୍ଭ ଥିଲା । ସୋମ୍ୟାଙ୍କ ବାପଘର ଛେଣ୍ଡିପଦା ଓ ସେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମ୍ପର୍କୀୟା ଭଉଣୀ ବୋଲି ଜଣାପଡିଛି। ଘଟଣା କ୍ରମେ ପୋଲିସ ରାଉରକେଲାରୁ ସାଇଣ୍ଟିଫିକ ଟିମ୍‌ର ସହାୟତା ଲୋଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୩ ଗୋରୁ ମୃତ

ଧୂଷୁରୀ, ୨୭।୪( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲାର ଧୂଷୁରୀ ଥାନା ଅଧୀନ ଅସୁରାଳିଠାରେ ଶନିବାର ଭୋର ୪ଟାରେ ଗୋରୁ ବୋଝେଇ ଏକ ପିକ୍‌ଅପ୍‌...

ଢ଼ାବାରେ ପୋଲିସ ଚଢ଼ାଉ: ଜଣେ ଗିରଫ

ଧର୍ମଗଡ,୨୬।୪(ଘାସିରାମ ଜଗତ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର...

ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ...

ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ...

ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ କ୍ରୁଦ୍ଧ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ...

Video: ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଘରେ ପଶି ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟ୍; ସାମ୍ନାକୁ ଆସିଲା CCTV ଫୁଟେଜ୍

ଭୁବନେଶ୍ୱର,୨୭ା୪: କିଛି ଦିନର ନୀରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁନର୍ବାର ଏକ ବଡ଼ ଧରଣର ଲୁଟ୍ ଘଟଣା ଘଟିଛି। ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି...

ଭାରତ ସହିତ ବାଣିଜ୍ୟ ବନ୍ଦ କରି ଫସିଲରେ ପାକିସ୍ତାନ: ଔଷଧ ଯୋଗାଣ ପାଇଁ ନେଲା ‘ଜରୁରୀକାଳୀନ’ ପଦକ୍ଷେପ

ଇସଲାମାବାଦ,୨୭ା୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା ପରେ ପାକିସ୍ତାନ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ “ଜରୁରୀକାଳୀନ...

କଲବଲ କରିବ ଖରାଗୁଳୁଗୁଳି, କାଳବୈଶାଖୀ: ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ

ଭୁବନେଶ୍ୱର,୨୭ା୪(ଅନୁରାଧା ମହାରଣା):  ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image