Categories: ଜାତୀୟ

ପବଜି ଗେମ୍‌ ଖେଳିବାକୁ ମନା କରିବାରୁ ମା’ଙ୍କୁ ହତ୍ୟା କଲେ ନାବାଳକ

ଲକ୍ଷ୍ନୌ,୮।୬: ଆଜିକାଲି ମୋବାଇଲ୍‌ରେ ଗେମ୍‌ ଖେଳିବା ପିଲାମାନଙ୍କ ଯେମିତି ନିଶା ପାଲଟିଛି। ଗେମ୍‌ ଖେଳିବା ପାଇଁ ସେମାନେ ଖାଇବା ପିଇବା ଭୁଲି ଯାଉଛନ୍ତି। ଲକ୍ଷ୍ନୌରେ ଏହି ଗେମ୍‌ ନିଶାରେ ଜଣେ ନାବାଳକ ମା’ଙ୍କୁ ଗୁଳି କରି ହତ୍ୟା କରିଦେଇଛନ୍ତି।
ସୂଚନାଯୋଗ୍ୟ,ମୃତ ସାଧନା ସିଂଙ୍କୁ (୪୦)ଙ୍କ ସ୍ବାମୀ ନବୀନ ସିଂ ଆସାନସୋଲରେ ସେନାରେ ସୁବେଦାର ମେଜର ଭାବରେ ପୋଷ୍ଟ ହୋଇଛନ୍ତି। ତାଙ୍କ ଘର ମୂଳତଃ ବାରାଣସୀ। ସେ ନିଜ ପରିବାର ସହିତ ପିଜିଆଇ ପଞ୍ଚମଖେଡାର ଜମୁନାପୁରମ କଲୋନୀରେ ରୁହନ୍ତି। ନବୀନଙ୍କ ସ୍ତ୍ରୀ ସାଧନା ସିଂ, ୧୬ ବର୍ଷର ପୁଅ ଏବଂ ୯ ବର୍ଷର ଝିଅ ଅଛନ୍ତି। ସାଧନା ଉଭୟ ପିଲାଙ୍କ ସହିତ ଘରେ ଥିଲେ। ପୁଅ ବାରମ୍ବାର ପବଜି ଖେଳୁଥିବାରୁ ମା’ ଏଥିରୁ ତାଙ୍କୁ ରୋକିଥିଲେ। ଏଥିରେ ରାଗିଯାଇ ପୁଅ ମା’ଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ନାବାଳକ ଜଣଙ୍କ ମା’ଙ୍କ ମୃତଦେହକୁ ଦୁଇ ଦିନ ତିନି ଲୁଚାଇ ଘରେ ରଖିଥିଲେ। ସାନ ଭଉଣୀକୁ ଧମକ ଦେଇ କହିଥିଲେ ଯେ, ଯଦି ସେ ପୋଲିସ କିମ୍ବା କାହାକୁ କୁହନ୍ତି ତେବେ ସେ ମଧ୍ୟ ତାଙ୍କୁ ମାରିଦେବେ। ଦୁର୍ଗନ୍ଧ ବ୍ୟାପିବାରୁ ଏକଥା ନବୀନଙ୍କୁ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହି ସମୟରେ ନାବାଳକଙ୍କୁ ପଚରାଯିବାରୁ ସେ ନିଜ ଦୋଷ ସ୍ବୀକାର କରିଥିଲେ।

Share