ଭଡ଼ା ଘରେ ମହିଳାଙ୍କୁ ହତ୍ୟା: ଅନ୍ୟ ଜଣେ ଗୁରୁତର, ସ୍ବାମୀ କହିଲେ…

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇ ଥିବା ବେଳେ ଭଡ଼ା ଘରୁ ତାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ତାଙ୍କ ସହିତ ଜଣେ ପୁରୁଷଙ୍କୁ ମଧ୍ୟ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଫେଜ-୧ ଅଞ୍ଚଳରେ । ଘଟଣା ସମ୍ପର୍କରେ ଖବରପାଇ ମୃତ ମହିଳାଙ୍କ ସ୍ବାମୀ ଘରେ ପହଞ୍ଚିଥିଲେ। ସେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ସେ ସ୍ତ୍ରୀଙ୍କୁ ଚିହ୍ନଟ କରିଥିବା ବେଳେ ସେଠାରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ମୃତ ମହିଳା ସ୍ବାମୀଙ୍କ ସହିତ ଏହି ଘରେ ୩ ବର୍ଷ ହେଲା ଭଡ଼ା ରହିଆସୁଥିଲେ। ତାଙ୍କର ଏକ ଛୋଟ ଛୁଆ ମଧ୍ୟ ଅଛି। ସ୍ବାମୀ ଭୁବନେଶ୍ୱରରେ କୌଣସି ପ୍ରାଇଭେଟ ସେକ୍ଟରରେ କାମ କରନ୍ତି।

Share