ମାଙ୍ଗାନିଜ ଚୋରା ଚାଲାଣରୁ ଢାବା ମାଲିକଙ୍କୁ ହତ୍ୟା: ମୁଖ୍ୟ ଅଭିଯୁକ୍ତ ଗିରଫ

ବଣାଇଁ,୧୩ା୩(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅଧୀନ ମାଲଦାରେ ଗତ ଫେବୃୟାରୀ ୨୬ ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଢାବା ମାଲିକ ରମେଶ ଚତମ୍ବାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହଯୋଗୀ ରାମ ପୂର୍ତ୍ତି ଗୁରୁତର ଆହତ ହୋଇଥିଲେ। ଘଟଣାର ୧୬ ଦିନ ପରେ ପୋଲିସ ଗୁଳିକାଣ୍ଡ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତାଙ୍କ ସହଯୋଗୀ ଫେରାର ଅଛନ୍ତି। ଗ୍ୟାଙ୍ଗ୍‌ର ମୁଖ୍ୟ ଗୁଡୁ ଓରଫ ସଦାନନ୍ଦ ମାନକିଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଯୋଡ଼ା ଥାନା ଅଧୀନ ଶାସ୍ତ୍ରୀନଗରରେ। ତାଙ୍କର ସହଯୋଗୀ ପ୍ରକାଶ ପାତ୍ର ଫେରାର ଥିବାରୁ ତାଙ୍କୁ ଧରିବା ନେଇ ପୋଲିସ ତଦନ୍ତ ଜାରି ରହିଥିବା ଏସ୍‌ପି ମୁକେଶ କୁମାର ଭାମୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଙ୍ଗାନିଜ ପଥର ଚୋରା ଚାଲାଣକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି କହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ୭.୬ ଏମ୍‌ଏମ୍‌ର ପିସ୍ତଲ ଏବଂ ୮ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୬ରେ ରମେଶ ଢାବା ବନ୍ଦକରି ପରିବାର ସହ ମାଘେପର୍ବ ମନେଇବାକୁ ଓରାଘାଟ ଯାଇଥିଲେ। ହେଲେ ସାରେ ସେ ଢାବାକୁ ଫେରିଥିଲେ। ସେତିକିବେଳେ ୨ଜଣ ଯୁବକ ବାଇକ୍‌ରେ ଆସି ଢାବା ନିକଟରେ ଅଟକିଥିଲେ। ପରେ ସେମାନେ ଢାବା ମାଳିକ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ରମେଶଙ୍କ ଛାତିରେ ଗୁଳି ବାଜିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହେଲେ ସହଯୋଗୀ ରାମଙ୍କ ଡାହାଣ କାନ୍ଧ ନିକଟରେ ଗୁଳି ବାଜି ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Attack: କ୍ୟାମେରାରେ ରେକର୍ଡ ହେଲା ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ପାହାଲଗାମରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଛି। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବା ଜଣାପଡିଛି। ଏହି...

ମୋଦିଙ୍କ ସହ ଏକାଠି ହେଲେ ଟ୍ରମ୍ପ-ପୁଟିନ୍‌, ପାକ୍‌ ଉପରେ ହେବ ବଡ଼ ଏୟାରଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ତଦନ୍ତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ...

ଉଦଳାରୁ ୱେଷ୍ଟ ବେଙ୍ଗଲ କାଠ ଚାଲାଣ : ମାଡ଼ିବସିଲା ବନ ବିଭାଗ

ଉଦଳା,୨୩।୪ (ସନ୍ତୋଷ କୁମାର ବାଛିନି): ବନ ବିଭାଗକୁ ବୋକା ବନାଇ ସମସ୍ତଙ୍କ ସାମ୍ନାରେ କରୁଥିଲେ ଲୁଟ୍‌। ଗୋଟିଏ ଜାଗା ପାଇଁ ପୁରୁଣା ଅନୁମତି ପତ୍ର ଥିବା...

ଦିଲ୍ଲୀରେ ହଲଚଲ: ଡୋଭାଲଙ୍କୁ ବଡ଼ ଦାୟିତ୍ୱ, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ପହଞ୍ଚିଛନ୍ତି। ଏହା ପରେ ସେ ଆକ୍ରମଣ ସ୍ଥାନକୁ ମଧ୍ୟ ଯାଇଛନ୍ତି।...

ସୁନ୍ଦର କରିବ କିସ୍‌ମିସ୍‌

ଡ୍ରାଏଫ୍ରୁଟ୍‌ଭାବେ କିସ୍‌ମିସ୍‌ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ…....

Pahalgam Terror Attack:‘ପାକିସ୍ତାନର ରିଆକ୍ସନ ହେବ ହାର୍ଡ’, ଆତଙ୍କବାଦୀ ଆକ୍ରମଣକୁ ନେଇ ଏମିତି କହିଲେ PAK ପୂର୍ବତନ ହାଇ କମିଶନର

ଶ୍ରୀନଗର,୨୩।୪: ମଙ୍ଗଳବାର (୨୨ ଏପ୍ରିଲ) କଶ୍ମୀରର ପହଲଗାମରେ ହୋଇଥିବା Terror Attack ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ସମସ୍ତ ଦେଶର ନେତାମାନେ ଏହି...

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

Pahalgam Terror Attack: କଶ୍ମୀରରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଲେ ଅପରାଜିତା, କହିଲେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା କେବଳ ଦେଶ ନୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image