ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା: ପିଇଓଙ୍କ ବାସଗୃହରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ,୧।୧୨(ରାକେଶ କୁମାର ରାଉତ): ଫୁଲବାଣୀ ବ୍ଲକ ଦଡକି ସରପଞ୍ଚଙ୍କ ପୁଅଙ୍କ ମୃତଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁକ୍ରବାର  ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ସଞ୍ଜିତ କୁମାର ମଲ୍ଲିକ। ସେ କନ୍ଧମାଳ ଜିଲା ବିଜୁ ଯୁବ ଜନତା ଦଳର ଉପ ସଭାପତି ଥିଲେ। ମା’ ନମିତା ମଲ୍ଲିକ ଦଡ଼କି ପଞ୍ଚାୟତର ସରପଞ୍ଚ ଅଛନ୍ତି। ସଦର ଥାନା ପୋଲିସ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସଦର ଏସ୍‌ଡିପିଓ ସୁପ୍ରସନ ମଲ୍ଲିକ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

Share