ମନ୍ତ୍ରୀଙ୍କୁ ହତ୍ୟା ଘଟଣା: ୪ ଦିନ ରିମାଣ୍ଡରେ ଗଲେ ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା ଅଫିସ,୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ ୧ ସପ୍ତାହ ରିମାଣ୍ଡରେ ନେବାପାଇଁ କ୍ରାଇମବ୍ରାଞ୍ଚ ପୋଲିସ ଝାରସୁଗୁଡ଼ା ଜେଏମ୍‌ଏଫସି କୋର୍ଟରେ ଆବେଦନ କରିଥିଲେ। ଏହାକୁ କୋର୍ଟ ବିଚାର କରି ୭ଦିନ ପରିବର୍ତ୍ତେ ୪ ଦିନ ରିମାଇଣ୍ଡରରେ ନେବାପାଇଁ ଅନୁମତି ଦେଇଛନ୍ତି। କୋର୍ଟର ଏହି ଅର୍ଡର ମିଳିବା ପରେ କ୍ରାଇମବ୍ରାଞ୍ଚ ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ସକାଳେ ଝାରସୁଗୁଡ଼ା ସ୍‌ବ ଜେଲରୁ ଆଣି ନିକଟସ୍ଥ ଓଏସ୍‌ଏପି ସେକେଣ୍ଡ ବାଟାଲିୟନ ପୋଲିସ ରିଜର୍ଭକ୍ୟାମ୍ପରେ ରଖାଯାଇଥିବା ଜଣାପଡିଛି। ଏବେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କୁ ଗୁଳିକାଣ୍ଡ ଘଟାଇଥିବା ସ୍ଥାନକୁ ନେବାପାଇଁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି ଚଳାଇଛି।

Share