ବାପାଙ୍କ ଶ୍ରାଦ୍ଧ ଦିବସରେ ସାନଭାଇଙ୍କୁ ହତ୍ୟା

ଟିକିରି,୧୦ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ଥାନା ଅଧୀନ ଖୁଣ୍ଟିଆ ସାହିରେ ରବିବାର ବାପାଙ୍କ ଶ୍ରାଦ୍ଧଦିବସରେ ଦୁଇପୁଅଙ୍କ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇଙ୍କ ଖଣ୍ଡାଚୋଟରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପିପୁ ରାଉଳ।
ସୂଚନା ଅନୁଯାୟୀ, ଖୁଣ୍ଟିଆ ସାହିର ସ୍ବର୍ଗତ ଚୈତନ୍ୟ ରାଉଳଙ୍କ ରବିବାର ଶ୍ରାଦ୍ଧ ଥିଲା। ବଡ଼ପୁଅ ପୂର୍ବରୁ ବିବାହିତ ଥିବାବେଳେ ସାନପୁଅ ପିପୁ କିଛିଦିନ ତଳେ ଅନ୍ୟ ଜାତିର ଯୁବତୀଙ୍କୁ କୋର୍ଟରେ ବିବାହ କରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ପିପୁ ନିଜ ସ୍ତ୍ରୀଙ୍କୁ ନେଇ ଅଲଗାରେ ରହୁଥିଲେ। ରବିବାର ବାପାଙ୍କ ଶ୍ରାଦ୍ଧ ଥିବାବେଳେ ଦୁଇ ଭାଇ ଏବଂ ଦୁଇ ଭଉଣୀ ଉପସ୍ଥିତ ଥିଲେ। ବଡ଼ପୁଅଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ପିଣ୍ଡଦାନ କାର୍ଯ୍ୟ କରିପାରି ନ ଥିଲେ। ତେଣୁ ସାନ ପୁଅ ପିପୁ ନିଜ ସ୍ତ୍ରୀ ଏହି କାର୍ଯ୍ୟ କରିବେ ବୋଲି କହିଥିଲେ। ଅନ୍ୟ ଜାତି ଯୋଗୁ ଦୀପୁ ଏହାକୁ ବାରଣ କରିବା ସହ ସାନଭାଇ ସହ ଗଣ୍ଡଗୋଳ କରିଥିଲେ। ଫଳରେ ପିପୁ ଘରୁ ଚାଲିଯାଇଥିଲେ। ପରେ ସେ ପୁଣି ଘରକୁ ଫେରିବା ପରେ ଦୁଇ ଭାଇଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୀପୁ ସାନଭାଇ ପିପୁଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ଘଟାଇ ଦୀପୁ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଘଟଣା ନେଇ ସାନ ଭିଣୋଇ କୃପାସିନ୍ଧୁ ବଣୁଆ(ବାବୁଲି) କାଶୀପୁର ଥାନାରେ ଦୀପୁଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ପ୍ରସନ୍ନ ମିଶ୍ର କହିଛନ୍ତି। ଏ ନେଇ ଏକ ହତ୍ୟା ମାମଲା(ନଂ.୬/୨୨) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନରେ ମହଙ୍ଗା ହେଲାଣି ସୁନା: ଆଜି ଭାଙ୍ଗିଲା ରେକର୍ଡ, ଦାମ୍‌ ରହିଛି…

ନୂଆଦିଲ୍ଲୀ,୧୧ା୪: ପୁଣି ଚିନ୍ତା ବଢ଼ାଇଛି ସୁନା ଦର। କିଛିଦିନ ଧରି ସୁନାରୁପା ଦର ହୁହୁ ହୋଇ ବଢୁଛି। ଫଳରେ ଚିନ୍ତାରେ ପଡ଼ିଛନ୍ତି ଲୋକେ। ସୁନା ଦର...

ଦିଲ୍ଲୀର ବିଜୟ ପରେ କେଏଲ ରାହୁଲଙ୍କ ସେଲିବ୍ରେସନ ଦେଖି ତାଜୁବ RCB ଖେଳାଳି

ବେଙ୍ଗାଲୁରୁ,୧୧ା୪: ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ବିଜୟ ସହିତ ଚଳିତ ଆଇପିଏଲରେ...

ଗାଁକୁ ଚାଲ ଅଭିଯାନରେ ସାମିଲ ହେଲେ ଯୁବଗୋଷ୍ଠୀ, ପଚାରି ବୁଝିବେ ଲୋକଙ୍କ ସୁଖଦୁଃଖ

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଭାଜପା ପକ୍ଷରୁ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଚାଲିଛି। ଏହି ଅବସରରେ କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ଭଲମନ୍ଦ କଥା...

ଜଙ୍ଗଲୀ ବାର୍‌ହା ଶିକାର କରି ୪ ଅଟକ

ଦେବଗଡ଼,୧୧ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ବଳମ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟ ଖସଡ଼ା ଜଙ୍ଗଲରେ ଏକ ବାର୍‌ହା ଶିକାର କରାଯାଇଛି। ଏହି...

IPL 2025: ମ୍ୟାଚ୍‌ ମଝିରେ ଭୟଙ୍କର ରାଗିଗଲେ ବିରାଟ କୋହଲି: ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ,୧୧।୪: IPL 2025ରେ, RCB ନିଜ ଘରୋଇ ଗ୍ରାଉଣ୍ଡରେ ଏକ ଶୋଚନୀୟ ପରାଜୟ ବରଣ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଉଇକେଟରେ...

ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଟକ

ବଲାଙ୍ଗୀର,୧୧ା୪(ସୁନୀଲ ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସରଗାଡ଼ ଗାଁରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ...

ଖବର ପ୍ରକାଶ ପରେ ତତ୍ପର ହେଲେ ପ୍ରକଳ୍ପ ପ୍ରଶାସକ: ବ୍ୟବସାୟୀଙ୍କୁ ଶୀଘ୍ର ହାଟ ଯୋଗାଇବାକୁ ଦେଲେ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୧ା୪: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ଜନଜାତି ହାଟ କାମରେ ଆସୁନଥିବା ଶୀର୍ଷକ ଖବର କେବଳ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା...

ରାତାରାତି ବଦଳିଗଲା ଓଡ଼ିଆ ଯୁବକଙ୍କ ଭାଗ୍ୟ: ଜିତିଲେ ୩ କୋଟି ଟଙ୍କା ସହ ମହିନ୍ଦ୍ରା ଥାର୍

ଧର୍ମଶାଳା,୧୧।୪(ଶିବ ପ୍ରାସାଦ ମହାନ୍ତି): କେତେବେଳେ କାହା ଭାଗ୍ୟ ବଦଳିବ କେହି କହିପାରିବେ ନାହିଁ। ମଣିଷ ଅବସର ସମୟରେ ଗେମ ଖେଳିଥାଏ। ଲୋକେ ଅନେକ ସମୟରେ ଗେମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image