ପରକ୍ରିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ହତ୍ୟା: ବନ୍ଧା ହେଲେ ୩ ଅଭିଯୁକ୍ତ

ସୋହେଲା,୧୬।୪(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ବୁଡ଼ାମାଳ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ସାନନ୍ଦ ସା(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ଟାଙ୍ଗିଆରେ ହାଣି ହତ୍ୟା ପରେ ବ୍ଲେଡରେ ଯୌନାଙ୍ଗ କାଟି ଦେଇଥିଲେ। ଏ ନେଇ ରବିବାର ମୃତକଙ୍କ ବାପା ଦଶରଥ ସୋହେଲା ଥାନାରେ ଏତଲା ଦେବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ବୁଡ଼ାମାଳ ଗ୍ରାମର ଅଜୟ ଭୁଏ(୩୨), ଦୁଃଖ ଓରଫ ଦୁଃଖନାଶନ ସାହୁ(୨୫) ଏବଂ ପ୍ରସନ୍ନ ସା(୪୨)।

ପୋଲିସ ତାଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ, ବ୍ଲେଡ୍‌, ୩ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ସୋହେଲା କୋର୍ଟ ଚାଲାଣ କରାଯାଇଥିଲା। ପରେ ସେମାନଙ୍କୁ ସ୍ଥାନୀୟ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ସୋହେଲା ଥାନାରେ ଦଫା ୩୦୨ରେ ଏକ ହତ୍ୟା ମାମଲା(ନଂ.୭୫/୨୩) ରୁଜୁ ହୋଇଛି। ପରକ୍ରିୟା ପ୍ରୀତି ସନ୍ଦେହରୁ ଅଭିଯୁକ୍ତମାନେ ସାନନ୍ଦଙ୍କୁ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ବରଗଡ଼ ଡାକ୍ତରଖାନାରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଅଜୟ ତାଙ୍କ ସ୍ତ୍ରୀଙ୍କ ସହିତ ସାନନ୍ଦଙ୍କ ପରକ୍ରିୟା ପ୍ରୀତି ଥିବା ସନ୍ଦେହ କରିଥିଲେ । ଏନେଇ ସେ ସାନନ୍ଦଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁଯାୟୀ, ଅନ୍ୟ ଦୁଇ ଅଭିଯୁକ୍ତ ଦୁଃଖ ଏବଂ ପ୍ରସନ୍ନଙ୍କ ସହିତ ମିଶି ଶନିବାର ରାତି ପ୍ରାୟରେ ମଦ ପିଇବା ପାଇଁ ସାନନ୍ଦଙ୍କୁ ଡାକି ନେଇଥିଲେ। ମଦ ପିଇବା ସମୟରେ ଅଜୟ ଏକ ଟାଙ୍ଗିଆରେ ସାନନ୍ଦଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ସାନନ୍ଦ ଟଳି ପଡ଼ିବା ପରେ ଅନ୍ୟ ଦୁଇ ଅଭିଯୁକ୍ତ ଦୁଃଖ ଏବଂ ପ୍ରସନ୍ନ ତାଙ୍କୁ ମାଡ଼ି ବସିଥିଲେ। ପରେ ଅଜୟ ଏକ ବ୍ଲେଡରେ ସାନନ୍ଦଙ୍କ ଯୌନାଙ୍ଗ କାଟି ଦେଇଥିଲେ। ଏହାପରେ ବ୍ୟବହୃତ ଟାଙ୍ଗିଆକୁ ଏକ ପୋଖରୀ ଭିତରକୁ ଫିଙ୍ଗି ଦେଇ ଅଭିଯୁକ୍ତମାନେ ଘରକୁ ଚାଲି ଚାଳିଯାଇଥିଲେ ।

ସାନନ୍ଦଙ୍କ ବାପା ଦଶରଥଙ୍କ ଏତଲା ପରେ ପଦ୍ମପୁର ଏସ୍‌ଡ଼ିପିଓ ବିଭୁତି ଭୂଷଣ ଭୋଇଙ୍କ ତତ୍ତ୍ବାବଧାନରେ ସୋହେଲା ଥାନା ଆଇଆଇସି ହରିବନ୍ଧୁ ଗଡ଼ତିଆ ଏହାର ତଦନ୍ତ କରିଥିଲେ। ପରକ୍ରିୟା ପ୍ରୀତି ସନ୍ଦେହରୁ ସାନନ୍ଦଙ୍କୁ ହତ୍ୟା କରାଯାଇଥିବା ପାଲିସ ସୁରାକ୍‌ ପାଇଥିଲା । ଏହାପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ହତ୍ୟାକାଣ୍ଡ ଭିଆଇଥିବା ସ୍ବିକାର କରିବା ସହିତ ଅନ୍ୟ ଅଭିଯୁକ୍ତ ଦୁଃଖ ଏବଂ ପ୍ରସନ୍ନଙ୍କ ସମ୍ପୃକ୍ତି ନେଇ ପୋଲିସକୁ କହିଥିଲେ। ଏହାପରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରାଯାଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri