ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା : ଘରୁ ଡାକିନେଇ କାଟିଲେ ଗଳା

ନବରଙ୍ଗପୁର,୨୪।୨(ଡି.ଏନ୍‌.ଏ.): କିଛିଦିନର ନୀରବତା ପରେ ପୁଣି ନବରଙ୍ଗପୁର ଜିଲାରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣେ ଯୁବକଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ କେରାଡ଼ିହିରେ ଏଭଳି ଘଟଣା ଘଟିଛି। ମୃତ ଯବକ ଜଣଙ୍କ ହେଉଛନ୍ତି ଚନ୍ଦନ ମଲିକ ।ଚନ୍ଦନଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି।
ହତ୍ୟା ପରେ ମୃତଦେହ ନିକଟରେ ମାଓବାଦୀମାନେ ପୋଷ୍ଟର ଛାଡ଼ିଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share