ସିନାପାଲି,୧୬।୧୦(ମନଫୁଲ ମେହେର): (୦୩) ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ସୁଶିଲ କୁଲଦିପ (୩୫)।
ମିଳିଥିବା ସୂଚନା ମୁତାବକ, ମାଲପଡା ଗ୍ରାମର ଟଙ୍କଧର ଦିପ(୪୦) ଏବଂ ସୁଶିଲ କୁଲଦିପଙ୍କ ମଧ୍ୟରେ ପୂର୍ବରୁ ଲାଗି ରହିଥିବା ଜମିବାଡିକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଟଙ୍କଧର ସୁଶିଲଙ୍କୁ ଆକ୍ରମଣ କରିଥିଲେ। ସେଠାରୁ ପରିବାର ଲୋକେ ସୁଶିଲଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକେ ସିନାପାଲି ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରେ ଟଙ୍କଧର ଫେରାର୍ ହେଉଥିବା ବେଳେ ସିନାପାଲି ପୋଲିସ ତାଙ୍କୁ ଗିରଫ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ସିନାପାଲି ଥାନାରେ ଏକ ମାମଲା (ନଂ.୨୬୨/୨୩) ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଥିବା ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନ ପ୍ରକାଶ କରିଛନ୍ତି।