ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ: ଚାଲିଗଲା ୨ ଜୀବନ

ସମ୍ବଲପୁର, ୧୧।୧୧ (ବ୍ୟୁରୋ): ସମ୍ବଲପୁର ବୁର୍ଲା ଥାନା ସେଣ୍ଟ୍ରାଲ ଲେନ୍‌ରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକଦ୍ୱୟ ହେଲେ ବୁଲୁ ବିଶୋଇ (୩୪) ଓ ମୁନା ବିଶୋଇ (୩୦) । ସେହିପରି ବୁଲୁଙ୍କ ବାପା ଓ କାକା ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାରରେ କିଛି ଦୁର୍ବୃତ୍ତ ଆସି ବୁଲୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଭୁଜାଲି, କାଚ ବୋତଲ ଭଳି ମାରଣାସ୍ତ୍ର ଜବତ କରିଛି। ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ବିଭିନ୍ନ ସ୍ଥାନରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା OJS ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର

କଟକ,୧୩।୩: ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା(OJS-୨୦୨୩) ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ପରୀକ୍ଷାରେ ୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।...

ଅନ୍‌ଲାଇନ ଗେମ୍‌ରୁ ଜୀବନ ହାରିଲେ ଛାତ୍ରୀ

ରାୟଗଡ଼ା,୧୩।୩: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଅନ୍‌ଲାଇନ ଗେମ୍‌ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ...

ହୀରାକୁଦ ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ VSSUT ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର

ସମ୍ବଲପୁରର,୧୩।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ଗୁରୁବାର ହୀରାକୁଦ ଡ୍ୟାମର ପାୱାର ଚାନେଲରେ ଗାଧୋଇବା ସମୟରେ...

ଓଲଟିଲା ବସ୍‌: ଚାପି ହୋଇଗଲେ ଜଣେ, ୩୦ ଆହତ

ସୁନ୍ଦରଗଡ଼,୧୩ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରୁ ମା’ ସମଲେଶ୍ବରୀ ଘରୋଇ ବସ୍‌ ସୁନ୍ଦରଗଡ଼କୁ ଆସୁଥିବା ବେଳେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତେଲେନଡ଼ିହିରେ...

କାଜୁବଗିଚାରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଝରିଗାଁ,୧୩ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମରେ ବେକରେ ଓଢ଼ଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ...

ବେଆଇନ ବନ୍ଧୁକ କାରଖାନା ଠାବ, ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କୋଲକାତା ପୋଲିସ

କଟକ ସଦର,୧୩ା୩(ସୁଶାନ୍ତ କୁମାର ଜେନା): କଟକ କମିଶନରେଟ ପୋଲିସ ଅଧିନସ୍ଥ ୪୨ ମୌଜା ଥାନା ଅନ୍ତର୍ଗତ ଧୂଳିଶ୍ୱର୍‌ ଗ୍ରାମର ଏକ ବେଆଇନ ବନ୍ଧୁକ କାରଖାନା ଉପରେ...

ଶୋଇଥିବା ବେଳେ ଗାମୁଛା ଭିଡ଼ି ଦୁଇ ନାବାଳକ ଭାଇଙ୍କୁ ହତ୍ୟା: ଗିରଫ ହେଲେ ବାପା, ଜେଜେ ମା’

ନୟାଗଡ଼,୧୩ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗେଡ଼ା ଗାଁରେ ୨ ନାବାଳକ ଭାଇଙ୍କୁ ହତ୍ୟା ଘଟଣାରେ ଅଟକ ଥିବା ବାପା ପ୍ରକାଶ ମହାନ୍ତି ଓ...

ଘରେ ଶୋଇଥିବା ବେଳେ ଉପରେ ଖସିପଡ଼ିଲା ଚାଳ, ଜଣଙ୍କ ଜୀବନ ଗଲା

ବଣାଇଁ,୧୩ା୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘଦିନ ହେବ ଗ୍ରାମର ଜେନା ମୁଣ୍ଡାରୀ ଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image