ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ

ବୌଦ୍ଧ/ବାଉଁଶୁଣୀ,୨୨।୪(ଡି.ଏନ୍‌.ଏ.): ବୌଦ୍ଧ ଥାନା ଆମ୍ବଝରୀ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡ଼ା ଗ୍ରାମରେ ବୁଧବାର ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଝାଙ୍କରପଡ଼ା ଗ୍ରାମର ଡୋଳାମଣି କର୍ଣ୍ଣ (୫୫) ନିଜ ଘରେ ଏକୁଟିଆ ଥିବାବେଳେ ରାତି ପ୍ରାୟ ୧୦ଟା ସମୟରେ କୌଣସି ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ କେହି ଆକ୍ରମଣ କରିଥିଲେ। କୌଣସି ସୂତ୍ରରୁ ଖବରପାଇ ୧୦୮ ଆମ୍ବୁଲାନ୍ସ ଝାଙ୍କରପଡ଼ାରେ ପହଞ୍ଚି ତାଙ୍କୁ ଆଣି ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ରାତି ୧୧ଟାରେ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ବର୍ଷେ ପୂର୍ବରୁ ଡୋଳାମଣିଙ୍କୁ ତାଙ୍କର ସମ୍ପର୍କୀୟମାନେ ଆକ୍ରମଣ କରି ଗୁରୁତର କରିଥିଲେ ଓ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିଲେ। ମୃତ ଡୋଳାମଣିଙ୍କ ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ତାଙ୍କର ଦୁଇଟି ସ୍ତ୍ରୀ। ପ୍ରଥମ ସ୍ତ୍ରୀଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ। ବଡ଼ ଝିଅ ଦନ୍ତାପାଲି ଗ୍ରାମରେ ବିବାହ କରିଛନ୍ତି। ସାନ ଝିଅ ମା’ଙ୍କ ସହିତ ମାମୁଘର ବାଉଁଶୁଣୀ ଥାନା ଝାରକଟା ଗ୍ରାମରେ ରହୁଛି ଓ ପୁଅ ଲୁହା ଢଳେଇ ମିସ୍ତ୍ରୀ ଭାବେ ବରଗଡ଼ରେ କାମ କରୁଛି। ଡୋଳାମଣି ଗୁନ୍ଦୁଲିଆ ପଞ୍ଚାୟତ ପଟୁଆପାଲି ଗ୍ରାମରେ ଆଜକୁ ୧୦ ବର୍ଷ ତଳେ ବିବାହ କରି ସେଠାରେ ରହୁଛନ୍ତି ଓ ମଝିରେ ମଝିରେ ଝାଙ୍କରପଡ଼ା ଘରକୁ ଆସି ଦିନେ ଦୁଇଦିନ ରୁହନ୍ତି। ଘଟଣାର ଦୁଇ ଦିନ ଆଗରୁ ଝାଙ୍କରପଡ଼ା ଆସି ରହୁଥିଲେ । ସେ ଏକୁଟିଆ ଥିବାରୁ ହତ୍ୟାର କାରଣ ଓ ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ସଠିକ ସୂଚନା ମିଳିପାରି ନ ଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terrorist Attack: ଅମିତ ଶାହାଙ୍କୁ ଭେଟି ଭୋ ଭୋ କାନ୍ଦି ଉଠିଲେ ପହଲଗାମ ପୀଡ଼ିତ, ଭିଡିଓ ଦେଖିଲେ ଆଖିରେ ଲୁହ ରହିବନି

ଶ୍ରୀନଗର,୨୩।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କୁ ନ୍ୟାୟ ଦିଆଯିବ...

IMF ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କଲା

ନୂଆଦିଲ୍ଲୀ,୨୩।୪: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%କୁ ହ୍ରାସ କରିଛି। ଏହା ପୂର୍ବବର୍ଷ ଅପେକ୍ଷା...

ପହଲଗାମ ଆକ୍ରମଣକୁ ନେଇ ସଲମାନ କହିଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା କରିବା ଯାହା…

ମୁମ୍ବାଇ,୨୩ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଜଣେ ପରେ ଜଣେ ବଲିଉଡ୍‌ ଷ୍ଟାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଶାହରୁଖ ଖାନ୍‌ଙ୍କ ପରେ ଏବେ ସଲମାନ ଖାନ୍‌...

ତୁର୍କୀରେ ୬.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ,୨୩।୪: ବୁଧବାର ତୁର୍କୀରେ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଯାହା ଫଳରେ ଇସ୍ତାନବୁଲରେ କମ୍ପନ ଅନୁଭୂତ ହେବାରୁ ଲୋକମାନେ ନିଜ ଘର ଛାଡି ବାହାରକୁ...

Terror Attack: ହନିମୁନ ପାଇଁ ହିମାଂଶୀଙ୍କ ସହ ୟୁରୋପ ଯାଇଥାଆନ୍ତେ ନେଭି ଅଫିସର ବିନୟ, ହେଲେ ଭାଗ୍ୟରେ ଥିଲା…

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ମଧ୍ୟ ଅଛନ୍ତି। ଲେଫ୍ଟନାଣ୍ଟ ବିନୟ ନରୱାଲ ମାତ୍ର ୮ ଦିନ...

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ୫ ଛାତ୍ରୀଛାତ୍ରଙ୍କ ସମେତ ୧୦ ଆହତ

ଛତ୍ରପୁର,୨୩।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ଉଜଳେଶରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ବୁଧବାର ଏକ ଦୁର୍ଘଟଣା ହୋଇଛି। ସ୍କୁଲ ଖରା ଛୁଟି ହୋଇଯିବା ପରେ...

କଶ୍ମୀର ପର୍ଯ୍ୟଟନକୁ ବଡ଼ ଧକ୍କା, କୋଟି କୋଟି ଟଙ୍କାର କ୍ଷତି ସହିବେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା କଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ଦେଇଛି।...

ପ୍ଲିଜ୍‌ ଗୁଳି କର ନାହିଁ… ସୈନିକଙ୍କୁ ଆତଙ୍କବାଦୀ ଭାବିଦେଲେ ଲୋକେ: ଭାଇରାଲ ହେଉଛି ହୃଦୟବିଦାରକ ଭିଡିଓ

ଶ୍ରୀନଗର,୨୩।୪: ଆତଙ୍କବାଦୀଙ୍କ ହୃଦୟ ନାହିଁ। ସେମାନେ ଯେକୌଣସି ବ୍ୟକ୍ତିଙ୍କ ଜୀବନ ନେଇପାରନ୍ତି। ଏକଥା ବହୁତ ଥର ଶୁଣିଥିବେ, କିନ୍ତୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକମାନେ ଏହି ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image