୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ସୋର ଥାନା ଅନ୍ତର୍ଗତ ଆଟପୁର ଗ୍ରାମର ଗୌରୀ ବାସ୍କେଙ୍କ ସ୍ବାମୀ ଗତ ୨୦୧୮ରେ ମୃତ୍ୟୁବରଣ କରିଥିଲେ। ପରେ ଗୌରୀ ମୟୁରଭଞ୍ଜ ଜିଲା ଉଦଳା ଥାନା ବାଘମରା ଖୁଣ୍ଟା ଗ୍ରାମର ସମ୍ପର୍କୀୟ ଦିଅର ଦୁଲାରାମ ବାସ୍କେଙ୍କୁ ବିବାହ କରି ବାପ ଘରେ ରହୁଥିଲେ। ଗତ ୨୦୨୨ ଅକ୍ଟୋବରରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା ।
ସ୍ବାମୀ ଦୁଲାରାମ ସନ୍ତାନ ଚାହୁଁ ନ ଥିବାରୁ ଶିଶୁପୁତ୍ରକୁ ହତ୍ୟା କରିବା ପାଇଁ ବହୁବାର ଉଦ୍ୟମ କରୁଥିଲେ । ଗତ ୨୦୨୩ ଜାନୁଆରୀ ୧୪ ତାରିଖରେ ଶିଶୁପୁତ୍ରକୁ ଘରେ ଶୁଆଇ ଗୌରୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ବାପା ଦୁଲାରାମ ଶିଶୁପୁତ୍ରକୁ ଘରୁ ଧରି ପଳାଉ ଥିଲେ। ହେଲେ ସ୍ତ୍ରୀ ଚାଲିଆସି ଏହାକୁ ବିରୋଧ କରିଥିଲେ। ହେଲେ ଦୁଲାରାମ ଜୋରଜବରଦସ୍ତ ଶିଶୁପୁତ୍ରଙ୍କୁ ଧରି ପଳାଇ ଯାଇଥିଲେ। ଶିଶୁପୁତ୍ର ଓ ସ୍ବାମୀ ଘରକୁ ନ ଫେରିବାରୁ ଗତ ୨୦୨୩ ଜାନୁଆରୀ ୧୯ ତାରିଖରେ ଗୌରୀ ସମ୍ପର୍କୀୟଙ୍କୁ ଫୋନ କରି ସ୍ବାମୀ ଏବଂ ଶିଶୁପୁତ୍ରଙ୍କ ବାବଦରେ ପଚାରି ବୁଝିଥିଲେ।
ପରବର୍ତ୍ତୀ ସମୟରେ ସ୍ବାମୀ ଫୋନ କରି ସ୍ତ୍ରୀ ଗୌରୀଙ୍କୁ ଶିଶୁପୁତ୍ର ଆଶ୍ରମରେ ଅଛି, ୧୦ ବର୍ଷ ପରେ ଦେଖିବୁ ବୋଲି କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ବାମୀ ଶିଶୁପୁତ୍ରକୁ ହତ୍ୟା କରି ବିଲରେ ଫୋପାଡି ଥିବାର ଗୌରୀ ଜାଣିବାକୁ ପାଇଥିଲେ। ଅଭିଯୋଗ କ୍ରମେ ଖଇରା ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୯/୨୦୨୩) ରୁଜୁ କରି ଅଭିଯୁକ୍ତ ବାପା ଦୁଲାରାମଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଗୁରୁବାର ୧୨ଜଣ ସାକ୍ଷୀ ଏବଂ ୧୫ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

ଏଥର ସରୋଗେସି ମାତୃତ୍ୱ କ୍ଷେତ୍ରରେ ମିଳିବ ଛୁଟି: ମହିଳା କର୍ମଚାରୀଙ୍କୁ ୧୮୦ଦିନ, ପୁରୁଷଙ୍କୁ ୧୫ଦିନ

ଭୁବନେଶ୍ୱର,୨୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଉଧାର ମାତୃତ୍ୱ ଅର୍ଥାତ ସରୋଗେସି ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଉଧାର...

ପରିବାର ଛାଡି ଲିଭ୍‌ ଇନ୍‌ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ

ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି...

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା

ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ...

ଖଣି ମାଫିଆଙ୍କ ହାତବାରିସୀ ସାଜିଛି ପୋଲିସ: ଗୁମର ଫିଟାଇଲା ଏଡିଜିଙ୍କ ଚିଠି

କଟକ,୨୬ା୯: ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଏସ୍‌ପି ଓ ଡିସିପିଙ୍କୁ...

ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା 

ଭୋଗରାଇ,୨୬l୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିଷହ...

ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା

ଧରାକୋଟ,୨୬ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ମା’ଘୋଡ଼ାଦେଈ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ...

ପମି ଆଣିଲେ ଅଭିଯୋଗ: ଚୋରି କରି ନେଇଛନ୍ତି ମୋ ଗୀତ

ଭୁବନେଶ୍ୱର,୨୬ା୯: ଗୀତ ଚୋରି ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ କଣ୍ଠଶିଳ୍ପୀ ପମି ମିଶ୍ର। ତାଙ୍କର ୧୪ ବର୍ଷ ପୁରୁଣା ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri