ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ

ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ ପଶି ୧୦ ରାଉଣ୍ଡ ଗୁଳି ଚଳାଇ ଥିଲେ। ଘରର ୩ ଜଣ ସଦସ୍ୟ ଗୁରୁତର ହେବା ସହିତ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଦୃର୍ବୁତ୍ତଙ୍କର ଗୋଟିଏ ମଟର ସାଇକେଲ ଜବତ ହୋଇଛି। ଗୁରୁତର ୩ ଜଣ ବାଲେଶର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ସାଉଡୁ ଫାଣ୍ଡି ପୋଲିସ ଓ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁତର ମାଲିକ ସନାତନ କମିଳାକୁ ଭୂଜାଲିରେ ଆକ୍ରମଣ କରାଯାଇଛି। ତାଙ୍କ ମୁହଁ ଓ ଗାଲ ହଣାଯାଇଛି। ତାଙ୍କ ପୁଅ ମନମୋହନ କମିଳାଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ସେମାନଙ୍କ ଚିତ୍କାର ଶୁଣି ପଡୋଶୀମାନେ ଆସି ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଛାଡି ନ ଥିଲେ। ପଡୋଶୀ ରବିନ୍ଦ୍ର ବାରିକଙ୍କ ଦେବାଶିଷ ବାରିକଙ୍କୁ ଭୂଜାଲିରେ ଆକ୍ରମଣ କରାଯାଇଛି।