ହତ୍ୟାକାରୀଙ୍କୁ ୭ବର୍ଷ ଜେଲ

କେନ୍ଦୁଝର,୨୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ହତ୍ୟା ମାମଲାରେ ବିଚାର କରି କେନ୍ଦୁଝର ଏଡିଜେ ମମିତା ଦାସ ଦୈତାରୀ ଗ୍ରାମର ଅଭିଯୁକ୍ତ ସୁନାରାମ ମାଝୀ(୩୫)ଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୧ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ତାଦେଶ ଶୁଣାଇଛନ୍ତି। ୨୦୨୯ ଡିସେମ୍ବର ୫ରେ ସୁନାରାମ ଗ୍ରାମର ଲକ୍ଷ୍ମଣ ନାଏକଙ୍କ ଘର ଉପରେ ଚଢିଥିଲା। ଏହାକୁ ଲକ୍ଷ୍ମଣ ବିରୋଧ କରିବାରୁ ସେ ରାଗରେ ତାଙ୍କୁ ତଳେ ପକାଇ ମୁଥିମାରି ଆକ୍ରମଣ କରିବା ଯୋଗୁ ଗୁରୁତର ହୋଇଥିଲେ। ଚିତ୍କାର ଶୁଣି ଲୋକେ ସୁନାରାମଙ୍କୁ ଉଦ୍ଧାର କରି ମେଡିକାଲ ନେବା ସମୟରେ ତାଙ୍କର ମତ୍ୟୁ ଘଟିଥିଲା। ଏ ନେଇ ମୃତକଙ୍କ ସାନଭାଇ ଲକ୍ଷ୍ମଣ ନାଏକ ୬ତାରିଖ ଦୈତାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ହତ୍ୟାକାଣ୍ତ ଘଟଣାରେ ପୋଲିସ ଏକ ୫୨/୧୯ ମାମଲା ରୁଜୁ କରି ଅଭିଯୁକ୍ତ ସୁନାରାମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କେନ୍ଦୁଝର ଏଡିଜେ ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ସୁନାରାମଙ୍କୁ ଉପରୋକ୍ତ କାରାଦଣ୍ତ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଫୁଲ୍ଲ କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାମୋଦରପୁରରେ ମା’ ଦଣ୍ଡକାଳୀ ଉତ୍ସବ, ମନ ଜିଣିଲା ଉଷାରାଣୀଙ୍କ ଆଙ୍କରିଂ

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଦାମୋଦରପୁର ଗ୍ରାମରେ ପ୍ରଥମ ମା ଦଣ୍ଡକାଳୀଙ୍କ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର କମାପାଲି ଦଣ୍ଡ ସକାଳେ...

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା): ମୁକୁନ୍ଦପୁର ଘାଟିରେ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ...

ଶିମିଳିପାଳରେ ନୂତନ ଅଦା ଜାତୀୟ ଉଦ୍ଭିଦ

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା...

ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଠେଲକୋମୁଣ୍ଡା ଇନ୍ଦ୍ରାବତୀ କେନାଲ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକ୍‌ ସହ...

ସମସ୍ୟାଘେରରେ ବିଜ୍ରାଦର ଗାଁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁ। ବଣ ପାହାଡ଼ ଘେରା ଏହି ଗାଁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିଲେ...

ବନ୍ଦ ହୋଇଯିବ ୪୦ ବର୍ଷ ପୁରୁଣା ହାଇସ୍କୁଲ; ଫୋନ୍‌ ଉଠାଉନାହାନ୍ତି ପ୍ରଧାନଶିକ୍ଷକ; ଧମକ ଦେଉଛନ୍ତି …

ସରଣ୍ଡା,୨୬।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଳକ ବାବେବିରା ହାଇସ୍କୁଲ ଗତ ୨ ଶିକ୍ଷାବର୍ଷ ହେଲା ବନ୍ଦ ହୋଇ ରହିଛି। ଏଠାକାର ୪ ଜଣ...

ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାର ଗୋଡ଼କୁ ଝୁଣି ଖାଇଲା କୁକୁର, ତଦନ୍ତ ଆରମ୍ଭ କଲା ସୁନ୍ଦରଗଡ଼ ପୋଲିସ

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ମହେଶଡିହିସ୍ଥିତ ଥିମ ପାର୍କ ନିକଟରୁ ବୁଧବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ଟାଉନ ଥାନା ପୋଲିସ ଜବତ...

ବିଲରୁ ବିରି ଖାଇଦେଲା ବୋଲି ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୬।୩ (ବନ୍ଦନା ସେଠୀ ) – ବିଲରୁ ବିରି ଖାଇଦେବାରୁ ଶୁଆକୁ ଫାଶୀ ଦେବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image