Categories: ଜାତୀୟ

ଶପଥ ନେଲେ ମୁର୍ମୁ

ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁର୍ମୁଙ୍କୁ ଶପଥପାଠ କରାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟନେତାମାନେ ମଧ୍ୟ ଉପସ୍ଥିତ ଥିଲେ। କରୋନା ମହାମାରୀ ପାଇଁ ଶପଥ ଗ୍ରହଣ ଉତ୍ସବରେ ଖୁବ୍‌ କମ ଲୋକଙ୍କୁ ଦେଖିବାକୁ ମିଳିଥିବା ବେଳେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ(ଏଲ୍‌ଜି) ଭାବେ ନିଯୁକ୍ତ କରାଯାଇଥିଲା। ହେଲେ ବୁଧବାର ସେ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ମୁର୍ମୁ ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡର ଆଇଏଏସ୍‌। ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁର୍ମୁଙ୍କୁ ପ୍ରନ୍ସିପାଲ ସେକ୍ରେଟାରୀ ଭାବେ ଚୟନ କରାଯାଇଥିଲା।

Share