Categories: ଜାତୀୟ

ମୁର୍ଶିଦାବାଦରେ ୧୭.୫୪ ପ୍ରତିଶତ ଭୋଟିଂ: ମତଦାନ କେନ୍ଦ୍ରରେ ଉତ୍ତେଜନା, ୩ ଟିଏମ୍‌ସି କର୍ମକର୍ତ୍ତା ଆହତ

ମୁର୍ଶିଦାବାଦ,୨୩।୪:  ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳୁ ମତଦାତାମାନେ ବହୁ ଉତ୍ସାହର ସହ ଭୋଟଦାନ କରିଥିବା ବେଳେ ୧୧ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ଏଥିସହ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷରେ ମୁର୍ଶିଦାବାଦର ୭ ନଂ ଓ୍ବାର୍ଡରେ ଭୋଟ ଗ୍ରହଣ ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଟିଏମ୍‌ସିର ୩ଜଣ କର୍ମକର୍ତ୍ତା ଆହତ ହୋଇଥିବା ଜଣାପଡ଼ିଛି। ତେବେ ପଶ୍ଚିମ ବଙ୍ଗରେ ସକାଳ ୧୦ଟା ସୁଦ୍ଧା ୧୭.୫୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।

Share