Categories: ଫୁରସତ

ଯିବାକୁ ପଡ଼ିବନି ଜିମ୍‌, ଯାହାକୁ ପିନ୍ଧିଲେ ଫିଟ୍‌ ରହିବ ବଡି

ସୁନ୍ଦର ଆଉ ଫିଟ୍‌ ଦେଖାଯିବାକୁ କିଏ ବା ନ ଚାହେଁ। ଏଥିପାଇଁ ତ ଲୋକେ ଜିମ୍‌ ଯାଇଥାନ୍ତି। କିଛି ଲୋକ ଖାଇବା ପିଇବା ପ୍ରତି ବିଶେଷ ବି ଧ୍ୟାନ ଦେଇଥାନ୍ତି। ମାତ୍ର ଥରେ ଭାବିଲେ ବିନା ଜିମ୍‌, ବିନା ଡାଏଟିଂରେ ଯଦି କେହି ବଡି ବାହାର କରିପାରିଲେ ତେବେ ଏହାଠୁ ଖୁସିର କଥା ଆଉ କ’ଣ ହୋଇପାରେ?

ଚାଇନା ବଜାରରେ ଏକ ମସ୍କୁଲାର ବଡି ଶୁଟ୍‌ ବେଶ୍‌ ଲୋକପ୍ରିୟ। ସିଲିକନରେ ପ୍ରସ୍ତୁତ ହୋଇଥିବା ଏହି ଡ୍ରେସ୍‌ ପିନ୍ଧି ଯେ କେହି ବଡି ବିଲ୍‌ଡର ହୋଇପାରିବେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏକ ରିପୋର୍ଟ ଅନୁଯାୟୀ, ଏହା ମେଡିକାଲ ଗ୍ରେଡ୍‌ ସିଲିକନର ମୋଟା ପରସ୍ତରେ ତିଆରି କରାଯାଇଛି। ଯାହାଦ୍ୱାରା ଶରୀର ପ୍ରତି କୌଣସି କ୍ଷତି ପହଞ୍ଚିବ ନାହିଁ। ଏହା ବ୍ୟତୀତ ଏହି ଶୁଟ୍‌ରେ ହାତ, ଶିରା, କଲାରବୋନ୍‌ ଏବଂ ସିକ୍ସ ପ୍ୟାକ୍ସ ଆବ୍ସ ବି ରହିଛି। ଏହାକୁ ଚାଇନାର ଏକ ଇ-କମର୍ସ ଓ୍ବେବ୍‌ସାଇଟ୍‌ରେ ଶେୟାର କରାଯାଇଛି। ଏଠାରୁ ଆପଣ ଚାହିଁଲେ ଅନ୍‌ଲାଇନ୍‌ରେ ମଗାଇ ପାରିବେ। ଏହି ଡ୍ରେସ୍‌ର ଦାମ୍‌ ମହଙ୍ଗା ରହିଛି। ଏହାର ଦାମ୍‌ ୮୭ ପାଉଣ୍ଡରୁ ୪୩୮ ପାଉଣ୍ଡ ଅର୍ଥାତ୍‌ ୪୫,୮୫୨ ଟଙ୍କା ରହିଛି। କିଛି ଦେଶରେ ଏହି ଡ୍ରେସ୍‌ର ଚାହିଦା ବେଶ୍‌ ବଢୁଛି।

Share