Categories: ଜାତୀୟ

ମୁସେୱାଲା ହତ୍ୟାକାଣ୍ଡ: ଶାର୍ପ ସୁଟର ସନ୍ତୋଷ ଗୁଜରାଟରୁ ଗିରଫ

ନୂଆଦିଲ୍ଲୀ,୧୩ ।୬: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ପୁଣେ ଗ୍ରାମୀଣ ପୋଲିସର କ୍ରାଇମ ବ୍ରାଞ୍ଚ ଶାର୍ପ ସୁଟର ସନ୍ତୋଷ ଯାଦବଙ୍କୁ ଗୁଜରାଟରୁ ଗିରଫ କରିଛି । ପୋଲିସର ଏକ ଟିମ ରବିବାର ରାତିରେ ସନ୍ତୋଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅଧିକ ଯାଞ୍ଚ ପାଇଁ ସନ୍ତୋଷଙ୍କୁ ୨୦ ଜୁନ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ସନ୍ତୋଷଙ୍କ ବିରୋଧରେ ମଞ୍ଚର ପୋଲିସ ଷ୍ଟେଶନରେ କେସ କରାଯାଇଥିଲା । ପୋଲିସ ଅଧିକ୍ଷକ ଡା. ଅଭିନବ ଦେଶମୁଖ କହିଛନ୍ତି ସୋମବାର ସକାଳେ ଏ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ଦିଆଯିବ ।
ସୂଚନାଯୋଗ୍ୟ, ଗତ ସୋମବାର ମୁସେୱାଲାଙ୍କ ହତ୍ୟାକାଣ୍ଡରେ ସନ୍ତୋଷ ଯାଦବ ଓ ସୌରଭ ମହାକାଳ ସମ୍ପୃକ୍ତ ଥିବା ଘୋଷଣା କରିଥିଲା ପଞ୍ଜାବ ପୋଲିସ । ମହାଳାକଙ୍କୁ ୪ ଦିନ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସନ୍ତୋଷଙ୍କୁ ୪ଟି ରାଜ୍ୟରେ ଖୋଜା ଚାଲିଥିଲା । ଶେଷରେ ରବିବାର ରାତିରେ ତାଙ୍କୁ ଗୁଜରାଟରୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ, ମେ’ ୨୯ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣା କେବଳ ମନୋରଞ୍ଜନ ଦୁନିଆ ନୁହେଁ ବରଂ ସାରା ଦେଶରେ ଆଲୋଡନ ସୃଷ୍ଟି କରିବା ସହ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚି ସୃଷ୍ଟି କରିଥିଲା ।

Share