Categories: ଖେଳ

ସାଥୀ ଖେଳାଳିଙ୍କୁ ଚାପୁଡା ମାରିବାରୁ ହାତ ଉଠାଇଲେ ଏହି କ୍ରିକେଟର୍‌, ଆଉ ତା’ପରେ

ଘରୋଇ ଟି-୨୦ ଟୁର୍ନାମେଣ୍ଟରେ ବାଂଲାଦେଶ ଖେଳାଳି ମୁଶଫିକୁର ରହିମ ନିଜ ସାଥୀଙ୍କୁ ପଡ଼ିଆରେ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଏହା ସ୍ପଷ୍ଟ ହୋଇଛି ଯେ ବଙ୍ଗବନ୍ଧୁ ଟି-୨୦ ଟୁର୍ନାମେଣ୍ଟରେ ଢାକା ଅଧିନାୟକ ମୁଶଫିକୁର ରହିମ ତାଙ୍କ କ୍ରୋଧକୁ ସମ୍ଭାଳି ପାରି ନ ଥିଲେ ଏବଂ ନିଜ ଦଳର ଖେଳାଳି ନସୁମ ଅହମ୍ମଦଙ୍କୁ ପଡ଼ିଆରେ ଚାପୁଡ଼ା ମାରିବା ପାଇଁ ହାତ ବଢାଇଥିଲେ।ନସୁମ ଏବଂ ମୁଶଫିକୁର ରହିମ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବାବେଳେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ସେହି କ୍ୟାଚ ଧରିବାକୁ ଚେଷ୍ଟା କରୁଥିବାବେଳେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଏହି ସମୟରେ ରହିମ କ୍ୟାଚ ଧରିଥିଲେ, କିନ୍ତୁ ସେ ନସୁମ ଅହମ୍ମଦଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଭିଡିଓରେ ଦେଖାଯାଉଛି ଯେ ମୁଶଫିକୁର ଚାପୁଡା ମାରିବା ପାଇଁ ହାତ ଉଠାଇବା ମାତ୍ରେ ସେ ବୋଧହୁଏ ଅନୁଭବ କରିଛନ୍ତି ଯେ ସେ ଭୁଲ କରୁଛନ୍ତି ଏବଂ ସଙ୍ଗେ ସଙ୍ଗେ ସେ ନିଜକୁ ନିୟନ୍ତ୍ରଣ କରିଥିଲେ। ଏହା ପରେ ମୁଶଫିକୁର ମଧ୍ୟ ତାଙ୍କ ସାଥୀ ଖେଳାଳି ଅହମ୍ମଦଙ୍କୁ ବୁଝାଉଥିବାର ନଜର ଆସିଥିଲେ। ଏହି ଘଟଣାର ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।

Share