Categories: ଖେଳ

ଧୋନୀଙ୍କ ବଡ ଭକ୍ତ ଏହି ବାଂଲାଦେଶ ଖେଳାଳି

ବାଂଲାଦେଶ ଖେଳାଳି ମୁଶଫିକର ରହିମ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ଆଦର୍ଶ ବୋଲି କହିଛନ୍ତି। ଉଇକେଟ୍‌ କିପିଂ, ବ୍ୟାଟିଂ ଏବଂ ଅଧିନାୟିକତ୍ୱ ସବୁଥିରେ ସେ ମାହିର। କ୍ରିକେଟ୍‌ରେ ତାଙ୍କ ଭଳି ବ୍ୟକ୍ତିତ୍ୱ ବିରଳ ବୋଲି କହିଛନ୍ତି ରହିମ୍‌। ପୂର୍ବରୁ ମୁଁ କ୍ରିକେଟରେ କୌଣସି ଖେଳାଳିଙ୍କୁ ମୋର ଆଦର୍ଶ ମାନି ନ ଥିଲି କିନ୍ତୁ ଦୃଢତାର ସହ କହିବି ଧୋନୀ ମୋର ଆଦର୍ଶ। ୩୩ ବର୍ଷୀୟ ରହିମ ବାଂଲାଦେଶର ସବୁଠୁ ଭଲ ଖେଳାଳି ଭାବେ ଜଣାଶୁଣା। ଯେ ଦେଶ ପକ୍ଷରୁ ୭୦ଟି ଟେଷ୍ଟ ଖେଳି ୪୪୧୩ ରନ୍‌ ଏବଂ ୨୧୮ଟି ଏକଦିବସୀୟ ଖେଳି ୬୧୭୪ ରନ୍‌ କରିଛନ୍ତି।

Share