ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୧୭।୨:ମୃତ ଜୀବଜନ୍ତୁ କିମ୍ବା ପ୍ରାଣୀଙ୍କ ମୃତ ଶରୀର ଦୀର୍ଘଦିନ ପଡି ରହିଲେ ସେଥିରେ ଫଙ୍ଗସ୍‌ ଲାଗିଯାଏ। କିନ୍ତୁ କେବେ ଜୀବନ୍ତ ପ୍ରାଣୀ ଶରୀରରେ ଫଙ୍ଗସ ବଢିବା ଦେଖିଛନ୍ତି କି? ଦେଶର ପଶ୍ଚିମ ଇଲାକାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯାହାକୁ ଦେଖି ଖୋଦ୍‌ ବୈଜ୍ଞାନିକଙ୍କ ହୋସ୍‌ ଉଡି ଯାଇଛି। କର୍ନାଟକ ଓ କେରଳର ପର୍ବତ ଘାଟିରେ ବୈଜ୍ଞାନିକଙ୍କୁ ଏକ ପ୍ରଜାତିର ବେଙ୍ଗ ମିଳିଛି ଯେଉଁଥିରେ ଆପେ ଆପେ ଫଙ୍ଗସ ବଢୁଥିବାର ନଜର ଆସିଛି।

The real-life Last of Us! Frog found with mushroom growing out of its skin baffles  scientists in India | Daily Mail Online

ପଶ୍ଚିମ ଘାଟରେ ଦେଖାଯାଉଥିବା ଏକ ବେଙ୍ଗର ପ୍ରଜାତିଙ୍କ ଶରୀରରେ ଛତୁ କଅଁଳୁଥିବା ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। Reptiles and Amphibians ନାମକ ଜର୍ନାଲନୁସାରେ କୌଣସି ଜୀବନ୍ତ Amphibians ଅର୍ଥାତ୍‌ ଉଭୟଚର ପ୍ରାଣୀ ଉପରେ ଫଙ୍ଗସ୍‌ ବା ଛତୁ କଅଁଳୁଥିବା ଏହା ପ୍ରଥମ ଘଟଣା ଅଟେ। ଏହି Rao’s Intermediate Golden Backed ପ୍ରଜାତିର ବେଙ୍ଗ ଅଟେ। ଓ୍ବାଲର୍‌ଡ ଓ୍ବାଇଲ୍ଡଲାଇଫ୍‌ ଫଣ୍ଡର ବୈଜ୍ଞାନିକମାନେ ପ୍ରଥମେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ପାଇଛନ୍ତି। ଏପରି ଘଟଣା ଦେଖିବା ପରେ ବୈଜ୍ଞାନିକମାନେ ଏହି ପ୍ରଜାତିର ୪୦ଟି ବେଙ୍ଗକୁ ନେଇ ଗବେଷଣା ଆରମ୍ଭ କରିଥିଲେ।

For the first time ever, a mushroom has grown out of a frog

ଅଧ୍ୟୟନରୁ ଜଣାପଡିଥିଲା କି, ଇକୋଲଜିକାଲ ପରିବର୍ତ୍ତନ ପାଇଁ ଏପରି ଘଟଣା ଦେଖିବାକୁ ମିଳୁଛି। ଏଥିସହ Amphibians ଓ ଫଙ୍ଗସଙ୍କ ସମ୍ପର୍କ ଉପରେ ନୂଆ ତଥ୍ୟ ଉନ୍ମୋଚନ ହୋଇଛି। ବେଙ୍ଗ ଉପରେ ନଜର ଆସିଥିବା ଛତୁ ବୋନେଟ ପ୍ରଜାତିର ଅଟେ। ଅନୁସନ୍ଧାନରୁ ଜଣାପଡିଛି କି, ବେଙ୍ଗ କୌଣସି ରୋଗରେ ପୀଡିତ ଥିବାରୁ ଏହା ଉପରେ ଛତୁ ବଢୁଛି ବୋଲି ବୈଜ୍ଞାନିକମାନେ ଅନୁମାନ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri