ଛତୁରେ ରହିଛି ଏସବୁ ଔଷଧୀୟ ଗୁଣ

ଛତୁ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ଖାଇବାକୁ କେବଳ ଯେ ସ୍ବାଦିଷ୍ଟ ତାହା ନୁହେଁ ବରଂ ଏହା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ପୋଷକତତ୍ତ୍ୱରେ ଭରପୂର ଥିବା ଛତୁକୁ ଆୟୁର୍ବେଦରେ ଔଷଧ ଭାବେ ଗ୍ରହଣ କରାଯାଏ। ଏହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ।

– ଛତୁରେ ଥିବା ଆଣ୍ଟିଅକ୍ସିଡେଣ୍ଟ ବୟସ ବଢ଼ିବା ଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ସହ ତ୍ୱଚାରେ ଚମକ ଆଣିଥାଏ। ଫଳରେ ଆପଣ କମ୍‌ ବୟସ୍କର ଲାଗିଥାନ୍ତି।

– ଏହାକୁ ନିୟମିତ ଖାଇବା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଥଣ୍ଡାରୁ ମୁକ୍ତି ଦେଇଥାଏ।

– ଛତୁରୁ ଭରପୂର ମାତ୍ରାରେ ଭିଟାମିନ ‘ଡି’ ମିଳିଥିବାରୁ ଏହା ହାଡକୁ ମଜଭୁତ କରିଥାଏ।

– ଏଥିରେ ଥିବା ବିଟା ଗ୍ଲୁକୋଜ କୋଲେଷ୍ଟରଲ ମାତ୍ରା କମ୍‌ କରିବା ସହିତ ମଧୁମେହ ଓ ହାର୍ଟଆଟାକ୍‌ରୁ ମୁକ୍ତି ଦେଇଥାଏ।