Advertisement

ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍‌ ଦାୟିତ୍ୱ ନେବେ

ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍‌ ଦାୟିତ୍ୱ ନେବେ
ନୂଆଦିଲ୍ଳୀ,୧୦।୭(ପି.ଟି.): ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ମୁସ୍ତାକ ଅହମ୍ମଦ। ବ୍ୟକ୍ତିଗତ କାରଣରୁ ସେ ହାଇପ୍ରୋଫାଇଲ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ମଣିପୁରର ଜ୍ଞାନେନ୍ଦ୍ରୋ ନିଗୋମବାମ୍‌ କାର୍ଯ୍ୟବାହକ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ନେବେ ବୋଲି ହକି ଇଣ୍ଡିଆ କାର୍ଯ୍ୟକାରୀ ବୋର୍ଡ ଘୋଷଣା କରିଛି। ହକି ଇଣ୍ଡିଆର କାର୍ଯ୍ୟକାରୀ ବୋର୍ଡ ବୈଠକରେ ଶୁକ୍ରବାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସର୍ବସମ୍ମତୀକ୍ରମେ କାର୍ଯ୍ୟବାହକ ଅଧ୍ୟକ୍ଷ ଭାବେ ଜ୍ଞାନେନ୍ଦ୍ରୋଙ୍କ ନାମ ଚୟନ ହୋଇଥିଲା। ମୁସ୍ତକ ଅହମ୍ମଦ ଇସ୍ତଫା ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଗତ ୭ ତାରିଖରେ ମୁସ୍ତାକଙ୍କ ଇସ୍ତାଫା ପତ୍ର ହସ୍ତଗତ ହୋଇଥିଲା। ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ମୁସ୍ତାକ ଉଲ୍ଲେଖ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share