ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି ଆଉନାହାନ୍ତି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ସେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୂଚନାଯୋଗ୍ୟ, ଅମରେନ୍ଦ୍ର ଓଡ଼ିଶା ସଙ୍ଗୀତ ଜଗତରେ ଜଣେ ଜଣାଶୁଣା ସଙ୍ଗୀତଜ୍ଞ ଥିଲେ। ସେ ଅନେକ ଓଡ଼ିଆ ଫିଲ୍ମ ଏବଂ ଆଲବମ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Share