Categories: ଫୁରସତ

ସୁସ୍ଥ ମନ ପାଇଁ ସଙ୍ଗୀତ

ବ୍ୟସ୍ତ ବହୁଳ ଜୀବନରେ ଅବସର ବିନୋଦନର ଆବଶ୍ୟକତା ରହିଛି। ଯାହାର ସହଜ ମାଧ୍ୟମ ହେଉଛି ସଙ୍ଗୀତ ଶୁଣିବା। ଏହାଦ୍ୱାରା ଭାରାକ୍ରାନ୍ତ ମନ ପ୍ରଫୁଲ୍ଲ ହୋଇଥାଏ। ଏକ ସୁସ୍ଥ ଓ ଅବସାଦମୁକ୍ତ ଜୀବନ ପାଇଁ ସଙ୍ଗୀତର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୨୧ରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ସାରା ବିଶ୍ୱରେ ଅନେକ ସାର୍ବଜନୀନ ସ୍ଥାନ ଏବଂ ଅନୁଷ୍ଠାନଗୁଡିକରେ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ଆୟାଜନ କରାଯାଇଥାଏ। ଏମିତିକି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଏବଂ ନୂଆ କଳାକାରମାନଙ୍କ ଦ୍ୱାରା ମାଗଣା କନସର୍ଟ ମଧ୍ୟ ଆୟୋଜିତ ହୋଇଥାଏ। ଫ୍ରାନ୍ସରେ ଏହି ଦିବସକୁ ‘ଫେଟେ ଦେ ଲା ମ୍ୟୁଜିକ୍‌’ ବୋଲି କୁହାଯାଇଥାଏ।
ମସିହାରେ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଜ୍ୟାକ ଲାଙ୍ଗ୍‌ ଏବଂ ମ୍ୟୁଜିକ୍‌ କମ୍ପୋଜର ତଥା ରେଡିଓ ପ୍ରଡ୍ୟୁସର ମୌରିସ୍‌ ଫ୍ଲ୍ୟୁରେଟ୍‌ଙ୍କ ମିଳିତ ଉଦ୍ୟମରେ ପ୍ୟାରିସଠାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ମଣିଷ ଶରୀରରେ ସଙ୍ଗୀତର ସକରାତ୍ମକ ପ୍ରଭାବ ସମ୍ପର୍କରେ ସଭିଙ୍କୁ ଅବଗତ କରାଇବା ଥିଲା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ଧିରେ ଧିରେ ସାରା ବିଶ୍ୱରେ ଏହା ପ୍ରଚାର ପ୍ରସାର ହେବା ପରେ ଭାରତ, ଜର୍ମାନୀ, ଇଟାଲୀ, ଗ୍ରୀସ, ରୁଷିଆ, ଅଷ୍ଟ୍ରେଲିଆ, ପେରୁ, ବ୍ରାଜିଲ, ଇକ୍ୱାଡର୍‌, ମେକ୍ସିକୋ, କାନାଡା, ଆମେରିକା, ବ୍ରିଟେନ ଏବଂ ଜାପାନ ସମେତ ୧୨୦ଟି ଦେଶର ୭୦୦ରୁ ଅଧିକ ସହରରେ ଏହି ଦିବସ ଏକ ବାର୍ଷିକ ଉତ୍ସବରେ ପରିଣତ ହୋଇଛି।

Share