Advertisement

ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ପରଲୋକ

ନୂଆଦିଲ୍ଲୀ, ୨୫ା୨: ପ୍ରସିଦ୍ଧ ପଞ୍ଜାବୀ ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ବୁଧବାର ପରଲୋକ ଘଟିଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ସେ ମୋହାଲିର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଗାୟକ ଦଲେର ମେହେନ୍ଦି, ଗୁରୁଦାସ ମାନ, ଦିଲ୍‌ଜିତ୍‌ ଦୋସାଞ୍ଜ, ହର୍ଷଦୀପ କୌର, ବିଶାଳ ଦାଦଲାନି ପ୍ରମୁଖ ଗାୟକଙ୍କ ସମେତ କପିଲ ଶର୍ମା, ଆୟୁଷ୍ମାନ ଖୁରାନା ବହୁ କଳାକାର ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଶାର୍ଦ୍ଦୂଳଙ୍କ ପରଲୋକ ସଙ୍ଗୀତ ଇଣ୍ଡଷ୍ଟ୍ରି ପାଇଁ ବିରାଟ କ୍ଷତି ବୋଲି ସେମାନେ କହିଛନ୍ତି। ତାବ୍‌ଲା ବାଦକ ସାଗର ମସ୍ତାନାଙ୍କ ପୁଅ ଶାର୍ଦ୍ଦୂଳ ନିଜ ୩୦ ବର୍ଷର କ୍ୟାରିୟରରେ ୨୫ରୁ ଊର୍ଦ୍ଧ୍ୱ ଆଲବମ୍‌ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share