Categories: ବାଣିଜ୍ୟ

‘ଏକ୍ସ’ରେ ଲିଙ୍କଡିନ୍‌ ଭଳି ଫିଚର ଆଣିଲେ ମସ୍କ, ଚାକିରି ଖୋଜିବାରେ…

ନୂଆଦିଲ୍ଲୀ,୨୯।୮: ଟୁଇଟରକୁ କିଣିବା ପରଠାରୁ ପ୍ଲାଟଫର୍ମ ସହ ଭିନ୍ନ ଭିନ୍ନ ପରୀକ୍ଷଣ କରୁଛନ୍ତି ଏଲନ ମସ୍କ। ନିକଟରେ ସେ ଏହାର ଲୋଗୋକୁ ବଦଳାଇ ‘ଏକ୍ସ’ କରିଥିଲେ। ଏବେ ଏହା ପ୍ରଫେସନାଲ ନେଟଓ୍ବାର୍କିଂ କ୍ଷେତ୍ରକୁ ଓହ୍ଲାଇବ। ମସ୍କ ହାୟରିଂର ବିଟା ଭର୍ସନ ଲଞ୍ଚ କରି ‘ଏକ୍ସ’ରେ ନୂଆ ଫିଚ୍‌ର ଯୋଡ଼ିଛନ୍ତି। ଏହାଫଳରେ ବ୍ୟବହାରକାରୀଙ୍କୁ ଚାକିରି ଖୋଜିବା ସହଜ ହେବ। ତେବେ ଏହି ଫିଚର ଯୋଗୁ ଜବ୍‌ ନେଟଓ୍ବାର୍କିଂ ପ୍ଲାଟଫର୍ମ ‘ଲିଙ୍କଡିନ୍‌’କୁ କଡ଼ା ଟକ୍କର ମିଳିପାରେ ବୋଲି କୁହାଯାଉଛି।

‘ଏକ୍ସ’ ପକ୍ଷରୁ ଏକ ପୋଷ୍ଟ କରି କୁହାଯାଇଛି ଯେ, ବିଶେଷକରି ଭେରିଫାଏଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନଙ୍କ ପାଇଁ ଏହି ପ୍ଲାଟଫର୍ମ ହାୟରିଂ ବିଟାର ପ୍ରାଥମିକ ଉପଲବ୍ଧତାକୁ ଅନ୍‌ଲକ୍‌ କରାଯିବ। ତେବେ ଏହାକୁ ନେଇ ବ୍ୟବହାରକାରୀ ପ୍ରଶ୍ନ ଉଠାଉଥିବା ବେଳେ କିଛି ପ୍ଲାଟଫର୍ମକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Share